ବନ୍ୟା ଓ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟସରକାରଙ୍କ ବିଫଳତା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୮ : ଚଳିତ ଲଗାଣ ବର୍ଷା ଫଳରେ ଉପୁଜିଥିବା ବନ୍ୟା ଯୋଗୁଁ କ୍ଷତି ଗ୍ରସ୍ତ ଜନସାଧାରଣଙ୍କ ଜ୍ୱଳନ୍ତ ସମସ୍ୟା ସମ୍ପର୍କରେବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ଗତକାଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ସ୍ଥିତି ସମୀକ୍ଷା ଓ ଆଲୋଚନା ପରେ ବୁଧବାର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମହାନଦୀ ଅବବାହିକରେ ଥିବା ଗ୍ରାମ ଗୁଡିକ ବିଶେଷ କରି ମାରଡ଼ା ଅତଲସରା କୁମାରୀ କୋଡାସିଙ୍ଗା ପାଣିଘରା ଖଣ୍ଡିଧଳପୁର ପ୍ରଭୃତି ଗ୍ରାମ ଗୁଡିକ ଦୀର୍ଘଦିନ ଜଳବନ୍ଦୀରେ ରହିଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଶୁଖିଲା ଖାଦ୍ୟ କିମ୍ବା ରନ୍ଧା କାର୍ୟ୍ୟ ଯୋଗାଇ ଦିଆଯାଇନାହିଁ ।
ଏବଂ ବନ୍ୟାବିପର୍ଯ୍ୟୟ ପରେ ସରକାର ୦୩ଦିନ ମଧ୍ୟରେ କ୍ଷୟ କ୍ଷତି ଆକଳନ କରି କ୍ଷତି ପୁରଣ କଥା ଘୋଷଣା କରିଥିଲେ ସୁଦ୍ଧା ଏ ଯାବତ କୌଣସି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିନାହାନ୍ତି କ୍ଷ ବନ୍ୟାରେ ନଦୀକୁଳିଆ ଅଞ୍ଚଳର ଚାଷ ଵାସ ପ୍ରଭୃତ କ୍ଷତିସାଧନ ହୋଇଛି କ୍ଷ ମାତ୍ର ବୌଦ୍ଧ ଜିଲ୍ଲାରେ କ୍ଷୟ କ୍ଷତି ପ୍ରଦାନ ଦୂରର କଥା ଏ ବିପଦ ସମୟରେ ନାଁ ରାଜସ୍ୱ ବିଭାଗ ନାଁ କୃଷି ବିଭାଗ କେହି ଲୋକଙ୍କ ପାଖରେ ମଧ୍ୟ କ୍ଷୟକ୍ଷତି ଆକଳନ ନିମିତ୍ତ ପହଞ୍ଚିନାହାନ୍ତି କ୍ଷ ଗୋ-ଖାଦ୍ୟ ମଧ୍ୟ ମିଳିନାହିଁ ଏଥି ସହ ତୁରନ୍ତ ଏକ ସ୍ୱାସ୍ଥ୍ୟ ଟିମ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ପଠାଇ ଧନ ଜୀବନ ଚାଷ ବାସର ସୁରକ୍ଷା ନିମିତ୍ତ ରାଜ୍ୟ ସରକାରଙ୍କୁ ନିର୍ଦେଶ ପ୍ରଦାନ ପାଇଁ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ଏହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି କ୍ଷ ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ନଗରପାଳ ମୃତ୍ୟଞ୍ଜୟ ମିଶ୍ର ପୁର୍ବତନ ଉପନଗରପାଳ ବସନ୍ତ ସ୍ୱାଇଁ ଅବକାଶ ସାହୁ ସୁବୋଧ ପ୍ରଧାନ ଯୁବଆଇନଜୀବି ଅମ୍ରିତ ପ୍ରଧାନ କାର୍ତ୍ତିକ ବେହେରା ହୃଦାନନ୍ଦ ଦେହୁରୀ ଈଶ୍ୱର ବେହେରା ଆମଜାଦ ଖାନ ଅନିକେତ ଦାନୀ ଯୋଗେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ କ୍ଷ






