ରାଜ୍ୟରେ ଗତ୨୪ ଘଣ୍ଟାରେ ୫୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୩ ଜଣ ଶିଶୁ ୧୮ ବର୍ଷରୁ କମ
![ରାଜ୍ୟରେ ଗତ୨୪ ଘଣ୍ଟାରେ ୫୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬୩ ଜଣ ଶିଶୁ ୧୮ ବର୍ଷରୁ କମ](http://indusvalleytimes.com/news/wp-content/uploads/2021/09/coro-ab-680x365_c.jpg)
ଭୁବନେଶ୍ବର, ୨୯/୯ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ । କ୍ବାରାଣ୍ଟାଇନରୁ ୩୨୮ ଜଣ ଚିହ୍ନଟ ହୋଇଥିବାବେଳେ ୨୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ୫୬୫ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୮ ଜଣ, ବାଲେଶ୍ୱରରୁ ୨୮ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୬ ଜଣ, କଟକରୁ ୬୧ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫ ଜଣ, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୦ ଜଣ, , ଝାରସୁଗୁଡ଼ାରୁ ୨ ଜଣ, କନ୍ଧମାଳରୁ ୫ ଜଣ, ଓ ଯାଜପୁରରୁ ୨୮ ଜଣ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି ।
ସେହିପରି କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୨୫୬ ଜଣ, କୋରାପୁଟରୁ ୪, ମୟୁରଭଞ୍ଜରୁ ୨୬ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ୱଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୬ ଜଣ ଓ ଷ୍ଟେଟ ପୁଲରୁ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୨୫,୮୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦,୨୨,୧୧୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୫୧୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।