Indus Valley Times

ସମ୍ବଲପୁରରେ ଅଭାବନୀୟ ଘଟଣା : କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଭାଇ

 Breaking News

ସମ୍ବଲପୁରରେ ଅଭାବନୀୟ ଘଟଣା : କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଭାଇ

ସମ୍ବଲପୁରରେ ଅଭାବନୀୟ ଘଟଣା : କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଭାଇ
November 09
11:30 2021

ସମ୍ବଲପୁର, ୯/୧୧: କୁଅ ଭିତରେ ଖସି ପଡି ଅକାଳରେ ଚାଲିଗଲେ ୨ ଦ୍ଭାଇ । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକ ୨ ଭାଇ ହେଲେ ସୁନିଲ ତ୍ରିପାଠୀ ଓ ସୁଶିଲ ତ୍ରିପାଠୀ । ଏହି ଛାତି ଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଉଭୟ ସୁନିଲ ଓ ସୁଶିଲଙ୍କ ଘର ସାହୁ କଲୋନୀରେ । ଗତ କାଲି ବିଳମ୍ବିତ ରାତିରେ ୨ ଭାଇ କୂଅର ଚାନ୍ଦିନୀ ଉପରେ ବସି ଗପସପ ହେଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲେ। ରାତି ପ୍ରାୟ ୧ ଟା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା ।
ଉଭୟଙ୍କୁ କୁଅ ଭିତରୁ ବାହାର କରି ସଦର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031