Indus Valley Times

ଗଜପତି: ଶିଶୁ ଅଧିକାର ଆୟୋଗର ପ୍ରଚାର ଅଭିଯାନ ରଥକୁ ଭବ୍ୟ ସ୍ୱାଗତ ଓ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଶିଶୁ ଅଧିକାର ଆୟୋଗର ପ୍ରଚାର ଅଭିଯାନ ରଥକୁ ଭବ୍ୟ ସ୍ୱାଗତ ଓ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଶିଶୁ ଅଧିକାର ଆୟୋଗର ପ୍ରଚାର ଅଭିଯାନ ରଥକୁ ଭବ୍ୟ ସ୍ୱାଗତ ଓ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
November 23
20:42 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୧୧:ଭୁବନେଶ୍ୱର ସ୍ଥିତ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସାରା ୪୦ ଦିନ ପାଇଁ ବାହାରିଥିବା ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଅଧିକାର ଅଭିଯାନ ପ୍ରଚାର ରଥକୁ ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ଭାର୍ଦ୍ଧନା ଜ୍ଞାପନ କରାଯାଇଛି ।
ସ୍ୱାଗତ ସମ୍ଭର୍ଦ୍ଧନା ବେଳେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ଶିଶୁ ଓ ଅଭିଭାବକ ମାନେ ଉପସ୍ଥିତରହି ସ୍ୱାଗତ କରି ଥିଲେ ।
ଏହି ଶିଶୁ ସୁରକ୍ଷା ରଥର ବିଭିନ୍ନ ପାର୍ଶ୍ଵରେ ଶିଶୁ ମାନଙ୍କ ସୁରକ୍ଷା ଓ ସେମାନଙ୍କ ବିଭିନ୍ନ ଅଧିକାର ଉପରେ ଲେଖାଥିବା ସଚେତନତା ମୂଳକ ବ୍ୟାନର ସବୁ ଲଗାଯିବା ସହ ମାଇକ ଯୋଗେ ପ୍ରଚାର ବ୍ୟବସ୍ଥା ମଧ୍ୟ ହୋଇଛି ।
ପରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୁନି କୁନି ୨ ଜଣ ଶିଶୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।
ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ସଚେତନତା ସଭା କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରସର ଉଦ୍ଦେଶ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ଶିଶୁ ମାନଙ୍କ ରହିଥିବା ବିଭିନ୍ନ ଅଧିକାର ଓ ସୁରକ୍ଷା ଉପରେ ପ୍ରଚାର କରିବା ସହ ବିବାହ, ଶିଶୁ ଶ୍ରମିକ , ଶିଶୁ ଚାଲାଣ ଓ ଶିଶୁ ନିର୍ଯ୍ୟାତନାକୁ ରୋକିବା ଓ ବନ୍ଦ କରିବା ଏହି ପ୍ରଚାର ଅଭିଯାନ ରଥର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଏଦିଗରେ ପାରିବାରିକ ସଚେତନତାର ଆବଶ୍ୟକତା ନିହାତି ରହିବା ଜରୁରୀ ବୋଲି କହିଥିଲେ ।
ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଯେଉଁ ସବୁ ଅଧିକାର ରହିଛି , ତାର ସୁରକ୍ଷା ଦିଗରେ ଆମେ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସୁନିଶ୍ଚିତ କରିବା ।
ଅନ୍ୟପକ୍ଷରେ ଶିଶୁ ମାନଙ୍କ ଅଧିକାରକୁ ଉଲଂଘନ କରି ଏବଂ ସେମାନଙ୍କ ସୁରକ୍ଷା ପ୍ରତି ଚିନ୍ତା ନ କରି ନିଜର ସ୍ୱାର୍ଥ ପାଇଁ ସେମାନଙ୍କୁ ଶିଶୁ ଶ୍ରମିକ ଭାବେ ବ୍ୟବହାର ନ କରିବା କି ବାଲ୍ୟ-ବିବାହ ନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାମଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରେମ ସଂସ୍ଥାର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ , ଜିଲ୍ଲା ଯୁଭେନାଲ ଜଷ୍ଟିସ ବୋର୍ଡର ସଦସ୍ୟ ଶ୍ରୀ ବୈରାଗୀ ପାତ୍ର ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ବଞ୍ଚିବାର ଅଧିକାର ସମେତ ସେମାନଙ୍କ ବିକାଶ ଓ ସହଭାଗିତାର ଅଧିକାର ସମ୍ପର୍କରେ କହିଥିଲେ ।
ଆକ୍ସନ-ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ଯୋଗ ଦେଇ ପ୍ରଚାର-ପ୍ରସାର ଓ ସଚେତନତା ମାଧ୍ୟମରେ ଶିଶୁମାନଙ୍କ ସମସ୍ତ ଅଧିକାର ସହିତ ସେମାନଙ୍କ ସୁରକ୍ଷାକୁ କରିହେବ ବୋଲି କହି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031