Indus Valley Times

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି, ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ମନ୍ଦିର ଖୋଲା

 Breaking News

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି, ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ମନ୍ଦିର ଖୋଲା

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି, ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ମନ୍ଦିର ଖୋଲା
January 31
19:27 2022

ପୁରୀ,୩୧/୧: ରାତି ପାହିଲେ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ସେଥିପାଇଁ ଆଜି ହୋଇଛି ଝଙଚ। ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର। ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ଆଣିବା ଜରୁରି।
ନଚେତ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଜରୁରୀ। ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଞ୍ଛନୀୟ ବୋଲି ଗାଇଡ୍ଲାଇନ୍ରେ ଲେଖାଯାଇଛି।
ଶ୍ରୀମନ୍ଦିର ଖୋଲିବା ନେଇ ଗତ ୨୮ ତାରିଖରେ ଘୋଷଣା କରିଥିଲେ ପୁରୀ ଜିଲ୍ଲାପାଳ। ପୂର୍ବପରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପୁରୀ ସହରବାସୀ ପ୍ରବେଶ କରିବେ। ଅନ୍ୟ ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ବୋଲି ଜିଲ୍ଲାପାଳ କହିଥିଲେ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରିଦିଆଯାଇଥିଲା। ସାଧାରଣ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ। ଏବେ କୋଭିଡ୍ ଆକ୍ରାନ୍ତ କମିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Tags
Share

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30