Indus Valley Times

ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ୍ କରନ୍ତୁ ଗଜାମୁଗ, ମିଳିବ ଅନେକ ଫାଇଦା

 Breaking News

ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ୍ କରନ୍ତୁ ଗଜାମୁଗ, ମିଳିବ ଅନେକ ଫାଇଦା

ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ୍ କରନ୍ତୁ ଗଜାମୁଗ, ମିଳିବ ଅନେକ ଫାଇଦା
March 06
12:10 2022

ନୂଆଦିଲ୍ଳୀ ୬/୩ : ସାଧାରଣତଃ ବର୍ତ୍ତମାନ ସମସ୍ତ ଫାଷ୍ଟଫୁଡ୍ ଖକାଇବାକୁ ବହୁତ ପ୍ରିୟ । ଏହି ସବୁ ଖାଦ୍ୟ ଖାଇବା ସହ ଓଜନ ବୃଦ୍ଦି ହେଉଛି । ଏଥିପାଇଁ ପ୍ରାୟ ସବୁ ବର୍ଗର ବ୍ୟକ୍ତିମାନେ ଜିମ୍ ଯାଉଛନ୍ତି ।
ହେଲେ ବର୍ତ୍ତମାନ ଏହାକୁ ଘରୋଇ ଉପାୟରେ ମଧ୍ୟ ଓଜନ ହ୍ରାସ କରି ପାରିବା । ଓଜନ କମାଇବା ପାଇଁ ଗଜାଯୁକ୍ତ ଖାଦ୍ୟ ବା ଗଜା ମୁଗ ବହୁତ ଲାଭଦାୟକ ହୋଇଥାଏ । ଗଜାଯୁକ୍ତ ଖାଦ୍ୟ ବା ଅଙ୍କୁରିତ ଶସ୍ୟରେ ମାତ୍ରାଧିକ ପ୍ରୋଟିନ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ବେଶୀ ସମୟ ଯାଏ ଭୋକ ଲାଗି ନଥାଏ ।
ଫଳରେ ଆପଣଙ୍କୁ ଆଉ କିଛି ଖାଇବାକୁ ପଡ଼ି଼ ନ ଥାଏ । ଯେଉଁଠି ପାଇଁ ଆପଣଙ୍କ ଓଜନ ହ୍ରାସ ହେବାର ସମ୍ଭାବନା ରହିଥିଲା । ଏଥିରେ କମ୍ କ୍ୟାଲୋରି ଓ ଅଧିକ ଫାଇବର ଥିବାରୁ ଏହା ଓଜନ କମାଇବା ସହ ସୁସ୍ଥ ରଖିଥାଏ ।
ଫାଇବର : ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଗଜାମୁଗ ଖାଆନ୍ତୁ ବା ଗଜାଯୁକ୍ତ ଖାଦ୍ୟ ଖାଆନ୍ତୁ । କାରଣ ଗଜାଯୁକ୍ତ ଖାଦ୍ୟରେ ପ୍ରାୟ ୧୦୦ ଗ୍ରାମ ଫାଇବର ମିଳିଥାଏ । ସକାଳ ସମୟରେ ଗଜାମୁଗ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ବହୁତ ହିତକାର ହୋଇଥାଏ ।
ଫ୍ୟାଟ ଓ କ୍ୟାଲୋରି : ଗଜା ମୁଗ ବା ଗଜାଯୁକ୍ତ ଖାଦ୍ୟରେ ବହୁତ କମ କ୍ୟାଲୋରି ଓ ଫ୍ୟାଟ୍ ତଥା ମୋଟାପଣ ଥିବାରୁ ଏହା ଓଜନ ବଢାଇବାକୁ ଦେଇ ନଥାଏ ।
ଏଥି ସହ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ଓଜନ କମାଇବା ପାଇଁ ଖାଦ୍ୟରେ କ୍ୟାଲୋରି କମ ହେବା ଦରକାର । ଯାହାକି ଗଜା ମୁଗ ରେ ରହିଛି । ତେଣୁ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ କମ୍ କ୍ୟାଲୋରି ହେବ ଦରକାର ।
ପ୍ରୋଟିନ : ଗଜାଯୁକ୍ତ ଖାଦ୍ୟରେ ପ୍ରୋଟିନର ମାତ୍ରା ଭଲ ରହିଥାଏ । ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଗଜା ମୁଗ ପ୍ରତି ର ଭଲ ସ୍ରୋତ ହୋଇଥାଏ ଜ୍ଝ
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30