Indus Valley Times

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ପଡୋଶୀ ଅଞ୍ଚଳ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ପଡୋଶୀ ଅଞ୍ଚଳ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

March 15
20:10 2022

ଗଣେଶ କୁମାର ରାଜୁ

ପାରାଳାଖେମୁଣ୍ଡି,15/3: ଦେଶ ସ୍ବାଧୀନତାର 75 ବର୍ଷ ପୂର୍ତ୍ତିର ଅଂଶ ବିଶେଷ ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଆଜି ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ  ପରିସରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ପଡୋଶୀ ଅଞ୍ଚଳ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି   l

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକଙ୍କ ସଭାପତିତ୍ୱରେ ଏବଂ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ର’ଙ୍କ  ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମ’ରେ ପାରାଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଯୋଗଦେଇ ଆଜିର ଯୁବଗୋଷ୍ଟି ଆସନ୍ତା କାଲିର ଭବିଷ୍ୟତ, ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି,  ତେଣୁ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତାକୁ ନେଇ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କ୍ଷେତ୍ରରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ  l

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାଜସ୍ବ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼, ସହକାରୀ କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ନିଯୁକ୍ତି ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ ମହାବିଦ୍ୟାଳୟର  ବରିଷ୍ଠ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚଆସୀନ ଅତିଥି ଭାବେ ଯୋଗଦେଇ ସମ୍ଭିଧାନ ବ୍ୟବସ୍ଥା ଓ ଯୁବ ସାଂସଦର ବିଭିନ୍ନ ଦିଗ ଉପରେ କହି ପଲ୍ଲୀ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ , ଜିଲ୍ଲା ପର୍ଯ୍ୟନ୍ତ ସୁଦୃଢ଼  କରି ପାରିଲେ ହିଁ ସମ୍ଭିଧାନକୁ ତାହା ସଂଗଠିତ କରିବାରେ ସହାୟକ ହେବା ସହ ସ୍ୱଚ୍ଛ ନେତୃତ୍ୱରେ ହିଁ ଦେଶର ବିକାଶ ସମ୍ଭବ ହୋଇଥାଏ  ବୋଲି କହିଥିଲେ  l

ଏହି କାର୍ଯ୍ୟକ୍ରମରେ  ରିସୋର୍ସ ପର୍ସନ ଭାବେ ସେବା ନିବୃତ୍ତ ପ୍ରଧାନଶିକ୍ଷକ  ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା  ଜଳ ସଂରକ୍ଷଣ ବିଷୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟର ଡ଼ିଏମଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ କରୋନା ସତର୍କତା ଉପରେ ଏବଂ ଡ: ପ୍ରଦୀପ କୁମାର ଷଡ଼ଙ୍ଗୀ ଓ ଡ: ନଳିନୀ ସାବତ ବିପର୍ଯ୍ୟୟ ପ୍ରଶମନ  ଓ ପ୍ରାଥମିକ ଚିକିତ୍ସାର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ  l

ଶେଷରେ ଉପସ୍ଥିତ ସମସ୍ତଙ୍କୁ ମହାବିଦ୍ୟାଳୟ’ର ବରିଷ୍ଠ ଅଧ୍ୟାପକ ଶ୍ରୀ ସୀତାରାମ  ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ  l

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930