Indus Valley Times

ପୁରୀରୁ ବିପୁଳ ପରିମାଣରେ ଜବତ ହେଲା ଧଳା ଜହର

 Breaking News

ପୁରୀରୁ ବିପୁଳ ପରିମାଣରେ ଜବତ ହେଲା ଧଳା ଜହର

ପୁରୀରୁ ବିପୁଳ ପରିମାଣରେ ଜବତ ହେଲା ଧଳା ଜହର
April 04
13:38 2022

ପୁରୀ, ୪/୪ : ପୁରୀରୁ ବିପୁଳ ପରିମାଣରେ ଜବତ ହେଲା ଧଳା ଜହର। ପୁରୀ ବାସେଳିସାହି ଧାନା ଫ୍ଲୋରିସ ଇଣ୍ଡିଆ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଆଉ ଜଣେ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି।
ସେମାନଙ୍କ ଠାରୁ ବ୍ରାଉନସୁଗାର ସହିତ ଦୁଇଟି ହୋଣ୍ଡା ଆକ୍ଟିଭା ଓ ୬ଟି ମୋବାଇଲ ଜବତ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ନଗଦ ୧୧,୦୦୦ ଟଙ୍କା ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା।
ଖବର ଅନୁଯାୟୀ, ଗିରଫ ଦୁଇ ଅଭିଯୁକ୍ତ ଅନେକ ସମୟରେ ପୁରୀ ଆସି ବ୍ରାଉନ ସୁଗାର ବେପାର କରୁଥାନ୍ତି । ରବିବାର ବିଳମ୍ବିତ ରାତିରେ କାରବାର ନେଇ ଖବର ପାଇବା ପରେ ବାସେଳି ସାହି ଥାନା ଓ ଏସଟିଏଫ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉରେ ଦୁଇ ଅଭିଯୁରକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସପି କହିଛନ୍ତି।
ପୁରୀକୁ ନିଶା ବେପାରୀମାନେ ସୁରକ୍ଷିତ ସ୍ଥାନ ମଣୁଥିବାରୁ ଦିନକୁ ଦିନ ଏଠାରେ ବେପାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ନିଶା ସେବନ କରି ଯୁବ ଓ ଛାତ୍ର ସମାଜ ପଥଭ୍ରଷ୍ଟ ହେଉଛନ୍ତି। ଗତ ତିନିମାସ ମଧ୍ୟରେ ପୁରୀରୁ ପ୍ରାୟ ଏକ କିଲୋ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ଜଣେ ବେପାରୀଙ୍କ ପ୍ରାୟ ଏକ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି ବୋଲି ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031