Indus Valley Times

କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି

 Breaking News

କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି

April 25
19:18 2022

ଭୁବନେଶ୍ବର,୨୫/୪: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏପ୍ରିଲ ୨୬ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ରହିବ।
ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଗୁଡ଼ିକ ଛୁଟି ରହିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ତେବେ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଏନେଇ ଓସେପା, ଓଏଭିଏସ୍, ଏମ୍ଡିଏମ୍, ଏଚ୍ଏସ୍ସି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଏସ୍ସିଇଆରଟି ନିର୍ଦ୍ଦେଶକ, ସିଏଚ୍ଏସ୍ଇ ଅଧ୍ୟକ୍ଷ, ବିଏସ୍ଇ ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକରେ ଅସ୍ଥାୟୀ ଭାବେ ପାଠପଢ଼ା ସ୍ଥଗିତ ରଖାଯାଇଛି। ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଏହି ସମୟରେ ଚାଲୁ ରହିବ ବୋଲି ସେ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30