Indus Valley Times

ନୟାଗଡ଼ ଜିଲ୍ଲା ପ୍ରଶାସନର ପ୍ରଚାର ପ୍ରସାର ଅଭାବରୁ ବଢ଼ିଚାଲିଛି ବାଲ୍ୟବିବାହ

 Breaking News

ନୟାଗଡ଼ ଜିଲ୍ଲା ପ୍ରଶାସନର ପ୍ରଚାର ପ୍ରସାର ଅଭାବରୁ ବଢ଼ିଚାଲିଛି ବାଲ୍ୟବିବାହ

May 03
09:05 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୫ : ନୟାଗଡ଼ ଜିଲ୍ଲା ପ୍ରଶାସନ ର ପ୍ରଚାର ପ୍ରସାର ଅଭାବରୁ ବଢ଼ିଚାଲିଛି ବାଲ୍ୟବିବାହ। ପ୍ରଚାର ପ୍ରସାର କେବଳ ଫାଇଲ ଭିତରେ ରହିବା ହେତୁ ଜନ ସଚେତନତା ହୋଇପାରୁନାହିଁ ।
ନୟାଗଡ଼ ଚାଇଲ୍ଡ ଲାଇନ କୈାଣସି ସୂତ୍ରରୁ ଖବର ପାଇ ଜଣେ ଚଉଦ ବର୍ଷ ଝିଅ ର ବିବାହ ବନ୍ଦ କରିବାରେ ସଫଳ ହୋଇଛି। ଖଣ୍ଡପଡ଼ା ବ୍ଲକ ସାପୁଆ କୋସ୍କା ଗ୍ରାମର ୪୩ ବର୍ଷିୟ ବୟସ୍କ ସନ୍ତୋଷେ ପ୍ରଧାନ ଜଣେ ୧୪ ବର୍ଷର ନାବାଳିକା ଝିଅ କୁ ଦିତୀୟ ବିବାହ ପାଇଁ ନେଇ ଯାଇଥିଲେ।
ପୂର୍ବରୁ ସନ୍ତୋଷ ବିବାହିତ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଜିବିତ ଥିବାବେଳେ ଛୁଆପିଲା ମଧ୍ୟ ଅଛନ୍ତି। ସ୍ତ୍ରୀ ପିଲାଙ୍କୁ ଛାଡି ସନ୍ତୋଷ ଜଣେ ୧୪ ବର୍ଷର ନାବାଳିକା ଝିଅକୁ ବିବାହ କରିବାକୁ ନେଇଯାଇଥିବା ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ଜଣେ ନାବାଳିକା ଙ୍କ
ବିବାହ ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ସୁଜାତା ବେହେରା, ବିଭୁତି ବେହେରା ଏବଂ କୋସ୍କା ଫାଣ୍ଡି ଅଧିକାରୀ ଚଢ଼ଉ କରିଥିଲେ। ଘଟଣା ସ୍ଥଳରୁ ଝିଅ କୁ ଉଦ୍ଧାର କରାଯାଇଥିବା ବେଳେ ସନ୍ତୋଷ ଫେରାର ହୋଇଯାଇଛି। ଝିଅ କୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ତପସ୍ୟା ଶିଶୁ ଗୃହ ରେ ରଖାଯାଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031