Indus Valley Times

ପଶ୍ଚିମରେ ଗରମ ପୁର୍ବରେ ଥଣ୍ଡା: ୪୦ ଡିଗ୍ରି ଉପରେ ରାଜ୍ୟର ୧୩ ସହର

 Breaking News

ପଶ୍ଚିମରେ ଗରମ ପୁର୍ବରେ ଥଣ୍ଡା: ୪୦ ଡିଗ୍ରି ଉପରେ ରାଜ୍ୟର ୧୩ ସହର

May 05
22:16 2022

ଭୁବନେଶ୍ୱର,୫/୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଯୋଗୁଁ ଘରୁ ବାହାରକୁ ଯିବା ଭାରି କଷ୍ଟ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ଖରାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟର ୧୩ଟି ସହରର ତାପାମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୨ ଡିଗ୍ରି ଉପରେ ୫ ସହର ଥିବା ନେଇ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋନପୁର ଓ ବୌଦ୍ଧରେ ସର୍ବାଧିକ ୪୩ ଡିଗ୍ରି ରେକର୍ଡ ହୋଇଛି।
ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଯୋଗୁଁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଏହାରି ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ତାପାମାତ୍ରା ଜାରି ରହିଛି। ସକାଳ ୮ଟାରୁ ଖରାର ପ୍ରଭାବ ଆରମ୍ଭ ହୋଇଯାଉଛି। ରାଜଧାନୀ ଭୁବନେଶ୍ୱରରେ ଆଜି ୩୬.୨ ଡିଗ୍ରି ଓ କଟକରେ ମଧ୍ୟ ୩୬.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ପୁରୀରେ ତାପାମତ୍ରା ୩୧.୫ ଡିଗ୍ରି ରେକର୍ଡ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031