Indus Valley Times

ଥଣ୍ଡା ପାନୀୟରେ ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

 Breaking News

ଥଣ୍ଡା ପାନୀୟରେ ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

May 30
14:21 2022

ଭୁବନେଶ୍ୱର,୩୦/୫: ରାଜଧାନୀ ଭୁବନେଶ୍ୱରରେ ଜଣେ ସହକାରୀ ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଉକ୍ତ ଦୁଷ୍କର୍ମର ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ତାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ଓ ଟଙ୍କା ମାଗିଥିବା ମଧ୍ୟ ଅଭିଯୋଗ ହୋଇଛି।
ଏହି ପ୍ରଫେସରଙ୍କ ଘର ଛତିଶଗଡ଼ରେ। ସେ ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକ ଘରୋଇ କଲେଜରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ।
ତେବେ ଦୁଷ୍କର୍ମର ଶିକାର ହେବା ସହିତ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ତାଙ୍କୁ ବ୍ଲାକ୍ମେଲିଂ କରିବାରୁ ଅତିଷ୍ଠ ହୋଇ ସେ ଚାକିରି ଛାଡ଼ି ଛତିଶଗଡ଼ ଚାଲିଯାଇଛନ୍ତି। ସେ ଛତିଶଗଡ଼ର କରୀବ ନଗର ଥାନାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଏତଲା ଦେଇଛନ୍ତି।
ସହକାରୀ ପ୍ରଫେସରଙ୍କ ଏତଲା ପାଇବା ପରେ କରୀବ ନଗର ଥାନା ପୁଲିସ୍ ଭୁବନେଶ୍ୱରର ଖଣ୍ଡଗିରି ଥାନା ପୁଲିସ୍ ସହିତ ଯୋଗାଯୋଗ କରିଥିଲା। କରୀବ ନଗର ପୁଲିସ୍ର ନିର୍ଦ୍ଦେଶ ଅନୁଯାୟୀ ଖଣ୍ଡଗିରି ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସହକାରୀ ପ୍ରଫେସର ଜଣଙ୍କ କରିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତଙ୍କୁ ସେ ଚିହ୍ନିଛନ୍ତି। ପ୍ରଥମ ଦେଖା ସାକ୍ଷାତ ପରେ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ସେମାନେ ଭଲ ବନ୍ଧୁ ଥିଲେ।
କିନ୍ତୁ ଦିନେ ଅଭିଯୁକ୍ତ ତାଙ୍କୁ ରୁମ୍କୁ ଡାକି ନେଇ ଥଣ୍ଡା ପାନୀୟରେ ନିଶା ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବେଳର ଭିଡିଓ ସେ ଉତ୍ତୋଳନ କରି ରଖିଥିଲେ। ସେହି ଭିଡିଓଙ୍କୁ ଦେଖାଇ ଅଭିଯୁକ୍ତ ତାଙ୍କ ସହିତ ଅନେକ ଥର ଶାରୀରିକ ସଂପର୍କ ରଖିଥିଲେ। ତା’ସହିତ ଟଙ୍କା ମଧ୍ୟ ମାଗୁଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031