Indus Valley Times

ବିକ୍ରମ କେଶରୀ ଆରୁଖ ହେଲେ ନୂଆ ବାଚସ୍ପତି, ଗୃହରେ ଘୋଷଣା କଲେ ଉପ ବାଚସ୍ପତି

 Breaking News

ବିକ୍ରମ କେଶରୀ ଆରୁଖ ହେଲେ ନୂଆ ବାଚସ୍ପତି, ଗୃହରେ ଘୋଷଣା କଲେ ଉପ ବାଚସ୍ପତି

ବିକ୍ରମ କେଶରୀ ଆରୁଖ ହେଲେ ନୂଆ ବାଚସ୍ପତି, ଗୃହରେ ଘୋଷଣା କଲେ ଉପ ବାଚସ୍ପତି
June 13
11:34 2022

ଭୁବନେଶ୍ୱର,୧୩/୬: ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ। ବାଚନିକ ଭୋଟ ପରେ ବିକ୍ରମ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ।
ବାଚସ୍ପତି ନିର୍ବାଚନ ପାଇଁ ସୋମବାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ଏଥିରେ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପ-ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉପରେ ବିବୃତି ରଖିଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ବାଚନିକ ଭୋଟରେ ସେ ନିର୍ବାଚିତ ହେଲେ ବୋଲି ଘୋଷଣା କରିଥିଲେ ଉପବାଚସ୍ପତି।
ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା।
ବିକ୍ରମ କେଶରୀ ଆରୁଖ ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଥିଲେ। ପୂର୍ବରୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିସାରିଛନ୍ତି।
ନିକଟରେ ସେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଗତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ତାଙ୍କୁ ଆଉ ମନ୍ତ୍ରୀ ପଦ ମିଳି ନଥିଲା। ସେହି ସମୟରେ ଚର୍ଚ୍ଚା ହେଉଥିଲେ ଯେ ସେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ଥାନରେ ବାଚସ୍ପତି ହେବେ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930