Indus Valley Times

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ଉପରମୁହାଁ, ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ଉପରମୁହାଁ, ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ଉପରମୁହାଁ, ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
June 16
17:12 2022

ଭୁବନେଶ୍ୱର,୧୬/୬: ପୁଣି ଥରେ ମୁଣ୍ଡ ଟେକିଲାଣି କରୋନା । ବିଭିନ୍ନ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି।
ସେହିପରି ରାଜ୍ୟରେ କରୋନା ଏବେ ୨ ଅଙ୍କ ଟ୍ରେଣ୍ଡରେ ପହଞ୍ଚିଛି। ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନେବା ଉଚିତ । ଏବେ ସଂକ୍ରମଣ ଧୀରେ ଧୀରେ ବଢ଼ୁଛି, ହେଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ସେ କହିଛନ୍ତି, ଗତ ୭ ଦିନର ଟ୍ରେଣ୍ଡ ଦେଖିଲେ ରାଜ୍ୟରେ ୨ ଅଙ୍କ ବିଶିଷ୍ଟ ପଜିଟିଭ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ କେତେବେଳେ ୩୧ ତ କେତେବଳେ ୨୨ ଓ କେତେବେଳେ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
କରୋନା ଗ୍ରାଫ ଉପରେ ତୀକ୍ଷଣ ନଜର ରଖାଯାଇଛି। ଏଥିସହ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।
ରାଜ୍ୟରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି, ଟେଷ୍ଟିଂକୁ ୧୦ରୁ ୧୫% ବଢ଼ାଇବାକୁ କୁହାଯାଇଛି। ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ, ଅଯଥା ଭିଡ଼ କରନ୍ତୁ ନାହିଁ । ଭିଡ଼କୁ ଗଲେ ମାସ୍କ ପିନ୍ଧନ୍ତୁ । ସର୍ଭିଲାନ୍ସ, ଟିକାକରଣ ଚାଲିଛି।
ଆସନ୍ତା ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଇଣ୍ଟିଗ୍ରେଟେଡ ସର୍ଭିଲାନ୍ସ ଚାଲିବ । ବିଭିନ୍ନ ରୋଗର ସର୍ଭିଲାନ୍ସ କରାଯାଇ ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ । ଏଥର ତରଳ ଝାଡ଼ା, ମ୍ୟାଲେରିଆ, ଡେଙ୍ଗୁ, ଟିବି ଓ କୋଭିଡର ସର୍ଭିଲାନ୍ସ କରାଯିବ ।
ଏକସଙ୍ଗେ ବିଭିନ୍ନ ରୋଗର ସର୍ଭିଲାନ୍ସ କରାଯାଇ ତା’ ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଲୋକଙ୍କୁ ସଚେତନ କରାଯିବା ସହ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଯେଉଁମାନେ ଭ୍ୟାକ୍ସିନ ନେଇନାହାନ୍ତି ସେମାନେ ତୁରନ୍ତ ଭ୍ୟାକ୍ସିନ ନେବାକୁ ପରାମର୍ଶ ଦିଆଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031