Indus Valley Times

ବଡଦାଣ୍ଡରେ ଅଭାବନୀୟ ଘଟଣା : ପିକଅପ୍ ଭ୍ୟାନ୍ ଧକ୍କାରେ ୨ ପର୍ଯ୍ୟଟକ ଆହତ

 Breaking News

ବଡଦାଣ୍ଡରେ ଅଭାବନୀୟ ଘଟଣା : ପିକଅପ୍ ଭ୍ୟାନ୍ ଧକ୍କାରେ ୨ ପର୍ଯ୍ୟଟକ ଆହତ

June 20
12:42 2022

ପୁରୀ ୨୦/୬: ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ନନ୍ଦିଘୋଷ ରଥ ଆଡକୁ ମାଡିଯାଇଥିଲା ।
ଫଳରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।
ଦୁର୍ଘଟଣା ଫଳରେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ ଗୁରୁତର ଆହତ ହୋଇଛନ୍ତି ।
ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୈଜୟନ୍ତିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ଗିରିଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।
ସେପଟେ ପିକଅପ୍ ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡ୍ରାଇଭରକୁ ଟାଉନ ଥାନାରେ ଅଟକ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031