Indus Valley Times

ବୌଦ୍ଧ: ଡେଙ୍ଗୁ ସଚେତନତା ଓ ଭୁତାଣୁ ବାହିତ ରୋଗର ନିରାକରଣ

 Breaking News

ବୌଦ୍ଧ: ଡେଙ୍ଗୁ ସଚେତନତା ଓ ଭୁତାଣୁ ବାହିତ ରୋଗର ନିରାକରଣ

June 26
20:03 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୬: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସ୍ଥାନିୟ ଟାଉନହଲ ଠାରେ ଡେଙ୍ଗୁ ସଚେତନତା ଓ ଭୁତାଣୁ ବାହିତ ନିରାକରଣ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ସଭାପତିତ୍ୱ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ଏମଏମ ପ୍ରଧାନ,ଡାକ୍ତର କେସି ପଟ୍ଟନାୟକ, ବିକେ ହେମ୍ବ୍ରମ, ସ୍ୱାତୀ କୁମାରୀ, ଆଲୋକ ମିଶ୍ର ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ୱାର୍ଡ ଅଫିସର,ସ୍ୱଚ୍ଛ ସୁରପଭାଇଜର ଓ ଜଳସାଥି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଡାକ୍ତର ଶ୍ରୀ ପ୍ରଧାନ ଡେଙ୍ଗୁରୋଗ ସଂପର୍କରେ ବିସ୍ତୁତ ଭାବରେ ବୁଝାଇଥିଲେ । ସହରାଂଚଳରେ କିପରି ଡେଙ୍ଗୁ ରୋଗକୁ ପ୍ରତିହତକରିପରିବା ଏନେଇ କିକି ସତର୍କତା ଅବଲମ୍ବନ କରାଯାଇ ପାରିବ ସେନେ ମଧ୍ୟ ଡାକ୍ତର ଶ୍ରୀପ୍ରଧାନ ମତବ୍ୟକ୍ତ କରିଥିଲେ ।
ଡାକ୍ତର ଶ୍ରୀପଟ୍ଟନାୟକ ଡେଙ୍ଗୁରୋଗ ସତର୍କତା ରହିବାକୁ ହେଲେ କି କି ପଦକ୍ଷେପ ନିଆଯା ପାରିବ ସେନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବା ପାଇଁ ନିର୍ବାହିଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜୁଲାଇ ପ୍ରଥମ ସପ୍ତହରୁ ସର୍ଭେ କାର୍ଯ୍ୟକରାଯିବ ବୋଲି ଡାକ୍ତର ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ଶେଷରେ ପରିଷଦର କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।
ବୌଦ୍ଧ: କ୍ଲଷ୍ଟରସ୍ତରୀୟ ମିଳିତ ଶିକ୍ଷକ ସମାବେଶ
ବୌଦ୍ଧ,୨୬/୬: ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା,ବିଜାପଦର ଓ ଟିକରପଡା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳଠାରେ ମିଳିତ ଶିକ୍ଷକ ସମାବେଶ ଶନିବାର ଦିନ ଅନୁ୍‌ଷ୍ଠିତ ହୋଇଯାଇଛି ।
ମୁଖ୍ୟଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା ଯୋଗଦେଇ ଗୁଣାତ୍ମକ ଶିକ୍ଷା,ପ୍ରତି ଶ୍ରେଣୀରେ ସମୟ ସାରଣୀ ରଖାଯିବା,ପାଠ୍ର ଯୋଜନା ପ୍ରସ୍ତୁତି ,ଲେସନ ନୋଟ ଲେଖିବା,ଜାତୀୟ ଶିକ୍ଷା ନୀତି,ଶିକ୍ଷାରେ ସଂସ୍କାର,ପ୍ରତିମାସରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ କରାଯିବା ନେଇ ଅଲୋଚନା କରିଥିଲେ ।
ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ୟୁ ଡାଏସ ପ୍ଲସ ଓ ନଥିପତ୍ର ଲିଖନ ଉପରେ ଆଲୋଚନା କରିଥିଲେ । ସିଆରସିସି ରାଜକୁମାର ପ୍ରଧାନ ମୋ ସ୍କୁଲ ଅଭିଯାନ ଆର୍ଥିକ ଖର୍ଚ୍ଚ ବିବରଣୀ ଓ ଅନଲାଇନ ପଞ୍ଜିକରଣ ଉପରେ ଆଲୋଚନା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ ମଧ୍ୟାହ୍ନ ଭୋଜନ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ଶିକ୍ଷକ ସମାବେଶକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଗୁଣାତ୍ମକ ଶିକ୍ଷା ଉପରେ ବକ୍ତବ୍ୟ ରଖିଥିଲେ ।
ବଘିଆପଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ନିଜ ବିଦ୍ୟାଳୟର ବିକାଶମୂଳକ ତଥ୍ୟ ଉପସ୍ଥାପନ କରିଥିଲେ ।
ସାଲେଇସିଂ ର ପ୍ରଧାନଶିକ୍ଷୟୟିତ୍ରୀ ଅନିମା ମହାକୁଳ,ଆମଠାପଡାର ମନୋରଞ୍ଜନ ପାଣିଗ୍ରାହୀ,ମଲିକପଡାର ସ୍ୱାଧୀନ କୁମାର ପ୍ରଧାନ,ବିରିଗଡର ସତ୍ୟବାଦୀ ନାୟକ,କୁରକୁଚ ର ଆଶ୍ର୍ରୟ ଦାଶ,ନେନ୍ଦେନ ର ଶୁଶାନ୍ତ କୁମାର ଅମାତ,ସାନଗୋଛାପଡାର ରମାକାନ୍ତ ଦଳେଇ ଓ ବ୍ରାହ୍ମଣିପାଲିର ଅଭିମନ୍ୟୁ ଯାନୀ ପ୍ରମୁଖ ନିଜ ନିଜର ଅନୁଭୁତି ରଖିଥିଲେ ।
ସିଆରସିସି ବିଜୟ କୁମାର ଭୋଇ,ପୁର୍ଣ୍ଣଚନ୍ଦ୍ର କରଡିଆ ଓ ରବିନ୍ଦ୍ର କୁମାର ଦେହୁରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ତିନି କ୍ଲଷ୍ଟରର ୧୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶେଷରେ ଶିକ୍ଷକ ଅଜୟ କୁମାର ସାହାଣି ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧଜିଲ୍ଲାରେ ଜ୍ଞାନପ୍ରକାଶର ଷଷ୍ଠ ଜାତୀୟ ସେମିନାର, ଭାଷା, ସଂସ୍କୃତି ଓ ମୂଲ୍ୟବୋଧକୁ ଗୁରୁତ୍ୱ,
ବିଭିନ୍ନ ରାଜ୍ୟରୁ ଯୋଗଦେବେ ପ୍ରତିନିଧି
ବୌଦ୍ଧ,୨୬/୬ : ଆସନ୍ତା ଜୁଲାଇ ୩ ତାରିଖରେ ବୌଦ୍ଧ ଟାଉନହଲ ପରିସରରେ ଜ୍ଞାନ ପ୍ରକାଶ ପରିବାର ତରଫରୁ ଷଷ୍ଠତମ ଜାତୀୟ ସେମିନାର ପାଇଁ ଆଜି ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ପ୍ରକାଶର ଆବାହକ ଜ୍ଞାନଚାନ୍ଦ ଶତପଥି ଏହି କାର୍ଯ୍ୟକ୍ରମରେ ଦେଶର ୨୦ଗୋଟି ରାଜ୍ୟରୁ ପ୍ରତିନିଧି ଯୋଗଦାନ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ ।
ଏହି ଜାତୀୟ ସେମିନାରରେ ଦେଶର ଭାଷା, ସଂସ୍କୃତି ଓ ମୂଲ୍ୟବୋଧ ପଲିସି ସଂପର୍କରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଜ୍ଞାନ ପ୍ରକାଶର ସଂପାଦକ ସରୋଜ କୁମାର ସାହୁ ଏଥିରେ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନିଜର ଲିଖିତ ମତାମତ ଉପସ୍ଥାପନ କରିବେ ବୋଲି ଆଲୋଚନା କରିଥିଲେ । ସଂଯୋଜକ ଡ. ଦିଲ୍ଲୀପ କୁମାର ଖୁଂଟିଆ ସେମିନାରର ବିଷୟ ବସ୍ତୁ ସଂପର୍କରେ ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ପୁର୍ବାହ୍ନରେ ସେମିନାର କାର୍ଯ୍ୟକ୍ରମ ଏବଂ ଅପରାହ୍ନରେ ଜ୍ଞାନ ପ୍ରକାଶର ବାର୍ଷିକ ଉତ୍ସବ ଆୟୋଜନ ପାଇଁ ଆଲୋଚନା କରାଯାଇଥିଲା ।
ଏହି ଉତ୍ସବରେ ୧୫ଜଣକୁ ଜ୍ଞାନ ପ୍ରକାଶ ସମ୍ମାନ, କବିମାନଙ୍କୁ ସମ୍ବର୍ଦ୍ଧନା ଏବଂ ପୁର୍ବରୁ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତି ଯୋଗୀମାନଙ୍କୁ ପୁରଷ୍କାର ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ବୌଦ୍ଧ ଏବଂ ରାଜ୍ୟର ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କଳାକାରମାନଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା ।
ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସିଥିବା ପ୍ରତିନିଧିମାନଙ୍କୁ ବୌଦ୍ଧଜିଲ୍ଲାର ସଂଗ୍ରହାଳୟ ଏବଂ ଐତିହାସିକ ସ୍ଥାନ ଗନ୍ଧରାଢୀ, ରାମେଶ୍ୱର ମନ୍ଦିର ଏବଂ ବୌଦ୍ଧ କୀର୍ତିରାଜୀ ପରିଦର୍ଶନ କରାଇବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ସାହୁ, ଅର୍ଜୁନ କୁମାର କହଁର, ବିଜୟ କୁମାର ସାହୁ, କପିଲ ମିଶ୍ର, ହୃଷିକେଶ ମେହେର, କୃଷ୍ଣଚନ୍ଦ୍ର ସେଠୀ, ଳକ୍ଷ୍ମୀଧର ବେହେରା, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ବୌଦ୍ଧ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031