Indus Valley Times

କନ୍ଧମାଳରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

 Breaking News

କନ୍ଧମାଳରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

June 27
21:30 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୭/୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନସୁଗାର ପଶିବା ଆରମ୍ଭ ହୋଇ ଯାଇଛି ।
ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।
ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳ ର ସ୍ବର୍ଗତ ଭଗବାନ ମହାପାତ୍ର ଙ୍କ ପୁଅ ସପନ ମହାପାତ୍ର ବୋଲି ଜଣାପଡିଛି । ସପନ ପାଖରୁ ପୋଲିସ ୩.୫୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସପନ ଖୋରଧା ଅଂଚଳ ରୁ ଆଣିଥିବା କହିଛି ।
ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି । ଏ ନେଇ ଫୁଲବାଣୀ ପୋଲିସ ୧୦୩/୨୭/୦୬/୨୨ ଧାରା ୨୧(ବ)ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛି ।
କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘ ର ଯୋଜନା ଓ ସମନ୍ୱୟ ବୈଠକ
କନ୍ଧମାଳ, ୨୭/୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ନବ ନିର୍ବାଚିତ କାର୍ଯ୍ୟ କାରିଣୀ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଥମ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମି ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିପରି ସାମାଜିକ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରଖି କନ୍ଧମାଳ ଜିଲାର ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।
ମହାସଂଘର ଉପାଧ୍ୟକ୍ଷା ସାବିତ୍ରୀ ଦେବୀ, କୋଷାଧ୍ୟକ୍ଷ ପଞ୍ଚାନନ ମିଶ୍ରଙ୍କ ସମେତ କାର୍ଯ୍ୟକାରି ସଦସ୍ୟ ଓ ସଦସ୍ୟା ଅଶୋକ ପ୍ରଧାନ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ୍ନ ନାୟକ ବୈଠକରେ ନିଜସ୍ୱ ଅଞ୍ଚଳର ବିକାଶ ଦିଗରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ କିପରି ମାର୍ଗଦର୍ଶନ କରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ସାଧାରଣ ସଭାରେ ଏକ ପୂର୍ଣ୍ଣାଙ୍ଗ ସାଙ୍ଗଠନିକ ବ୍ୟବସ୍ଥା କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆବାହକ ଇଂ.ହରିଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୈଳାସ ଦଣ୍ଡପାଟ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ କୈଳାଶ ଦଣ୍ଡପାଟ ଓ କେଶମତି ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ନୂତନ ଜିଲ୍ଲାପାଳଙ୍କୁ ସୌଜନ ମୂଳକ ସାକ୍ଷାତ ମଧ୍ୟ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031