Indus Valley Times

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ସହିବାକୁ ପଡ଼ିଛି ରାଗିଂ

 Breaking News

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ସହିବାକୁ ପଡ଼ିଛି ରାଗିଂ

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କୁ ସହିବାକୁ ପଡ଼ିଛି ରାଗିଂ
July 03
16:19 2022

ଭୁବନେଶ୍ବର, ୩/୭: ରାଗିଂର ଶିକାର ହୋଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି।
ଏଭଳି ସମୟରେ ଅଲମ୍ପିଆନ୍ ଦୂତୀ ଚାନ୍ଦ୍ ମଧ୍ୟ ରାଗିଂର ଶିକାର ହୋଇଥିବା କଥା କହିଛନ୍ତି। ଏନେଇ ସୋସିଆଲ୍ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ଦୂତୀ ପୋଷ୍ଟ କରିଛନ୍ତି।
ଏଥିରେ ଦୂତୀ କହିଛନ୍ତି, ଆମ ବେଳେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା। ସିନିୟରମାନେ ରୁମକୁ ଡାକି ବଡି ମସାଜ କରାଉଥିଲେ।
ମୋ ସମୟରେ ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ। ଦୀର୍ଘ ୩ ବର୍ଷ ଧରି ନିଜେ ଏହି ସିନିୟରମାନଙ୍କ ଦ୍ୱାରା ରାଗିଂର ଶିକାର ହୋଇଥିଲେ। କେତେ ଯେ ଦିଦିଙ୍କର ବଡି ମସାଜ କରିଛି ଓ କପଡ଼ା ସଫା କରିଛି।
ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। କିନ୍ତୁ କାହାକୁ ବି ମନର କଥା କହି ହୁଏନି। କାହିଁକି ନା ବୁଝିବା ଲୋକଟା ବି ଏହି ଗ୍ରୁପର ମେମ୍ବର ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031