Indus Valley Times

ଗଜପତି: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀ ଜୀଉଙ୍କ ପବିତ୍ର ସୁନାବେଶ

 Breaking News

ଗଜପତି: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀ ଜୀଉଙ୍କ ପବିତ୍ର ସୁନାବେଶ

July 11
16:54 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୭: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ବଡଦାଣ୍ଡରେ ଶ୍ରୀଜୀଉ ମାନେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆଜି ପବିତ୍ର ବଡ ଏକାଦାଶି ତିଥିରେ ସୁନା ବେଶରେ ଦର୍ଶନ ଦେଇଛନ୍ତି ।
ଶ୍ରୀ ଜୀଉ ମାନଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ୫୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଲୋକଙ୍କ ସମାଗାମ ହୋଇଥିଲା ।
ଶ୍ରୀଜୀଉ ମାନଙ୍କ ସୁନାବେଶ ଅବସରରେ ପାରଳାଖେମୁଣ୍ଡି ମହାରାଜାଙ୍କ ରାଜ ଉଆସରେ ଥିବା ରତ୍ନ ଭଣ୍ଡାରରୁ ଠାକୁର ମାନଙ୍କ ସୁନା ଅଳଙ୍କାର ଓ ଗହଣା ସବୁ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଆସି ରଥ ପାଖରେ ପହଞ୍ଚିଥିଲା ।
ତିନି ରଥରେ ଶ୍ରୀଜୀଉ ମାନଙ୍କୁ ସେବାୟତ ପୂଜାରି ମାନେ ସୁନା ଗହଣା ସବୁ ପିନ୍ଧାଇ ସଜ୍ଜିତ କରିବା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ମାନଙ୍କୁ ଠାକୁର ମାନେ ସୁନାବେଶରେ ଦର୍ଶନ ଦେଇଥିଲେ ।
ସନ୍ଧ୍ୟା ୭ ଟା ସମୟରେ ଠାକୁରଙ୍କ ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହେବା ପରେ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଦୁର୍ଲଭ ସୁନାବେଶ ଓ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ଦର୍ଶନ କରିବା ପାଇଁ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
ଆଳତି ସମୟରେ ଶ୍ରଦ୍ଧାଳୁ ମହିଳା ମାନଙ୍କ ହୁଳହୁଳି ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ତାଳ ମୃଦଙ୍ଗ ଗିନି ଓ ସର୍ବୋପରି ରଥ ଉପରେ ସେବାୟତ ମାନଙ୍କ ଶଙ୍ଖ ଓ ଘଣ୍ଟ ନାଦରେ ଆଧ୍ୟାତ୍ମିକ ପରିବେଶରେ ବଡଦାଣ୍ଡ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ବାହିନୀ ମୃତୟନ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031