Indus Valley Times

ରାଜ୍ୟ ସମାଜସେବୀ ମହାସଂଘକୁ ନୟାଗଡ଼ ଜିଲ୍ଲାରୁ ତିନି ଜଣ ମନୋନୀତ

 Breaking News

ରାଜ୍ୟ ସମାଜସେବୀ ମହାସଂଘକୁ ନୟାଗଡ଼ ଜିଲ୍ଲାରୁ ତିନି ଜଣ ମନୋନୀତ

July 16
19:47 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୭ : ରାଜ୍ୟ ସମାଜସେବୀ ମହାସଂଘ କୁ ନୟାଗଡ଼ ଜିଲ୍ଲାର ଅମରେନ୍ଦ୍ର ସାହୁ ରାଜ୍ୟ ଉପସଭାପତି, ସାରସ୍ଵତ ବିଭୁପଦ ରାଜ୍ୟ ସହ ସମ୍ପାଦକ ଏବଂ ବିଶ୍ବଜିତ ସୁବୁଦ୍ଧି ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।
ନୟାଗଡ଼ ଜିଲ୍ଲା ସହିତ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର,କୋଭିଡ ସଚେତନତା,ଦିବ୍ୟାଙ୍ଗ, ଅସହାୟ ଙ୍କୁ ସହାୟତା ଏବଂ ପାରିବାରିକ ସମସ୍ୟା ର ସମାଧାନ ଦିଗରେ କାର‌୍ୟ୍ୟ କରିବା ବିଶେଷ କରି ମହାସଂଘ କୁ ସୁଦୃଢ କରିବାକୁ ଦାୟିତ୍ୱ ଦିଆଯାଇଛି।
ମହାସଂଘ ସଭାପତି ନରୋତ୍ତମ ଦାସ, ମହାସଚିବ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଓ ସମ୍ପାଦକ ନାରାୟଣ ସାହୁ ନୟାଗଡ଼ ଜିଲ୍ଲାର ଏହି ତିନିଜଣ ସମାଜସେବୀ ଙ୍କ କାର୍ଯ୍ୟକଳାପ ଏବଂ ସାଙ୍ଗଠନିକ ଦକ୍ଷତା କୁ ଦୃଷ୍ଟିରେ ରଖି ଚୟନ କରିଥିବା ରୁ ନୟାଗଡ଼ ଜିଲ୍ଲା ସର୍ବଜନୀନ ସେବା ସମାଜସେବୀ ସଙ୍ଗଠନ ଏବଂ ସାମର୍ଥ୍ୟ ଫାଉଣ୍ଡେସନ ର ସଭ୍ୟମାନେ ଧନ୍ୟବାଦ ଅର୍ପଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031