Indus Valley Times

ପ୍ରକୃତିଙ୍କୁ ଜେରା କଲା ପୁଲିସ୍; ମନ୍ମଥ ମିଶ୍ର କହିଲେ- ବାବୁ ତାଙ୍କ ଘରକୁ ଫେରି ସୁଖର ସଂସାର ଗଢ଼ନ୍ତୁ

 Breaking News

ପ୍ରକୃତିଙ୍କୁ ଜେରା କଲା ପୁଲିସ୍; ମନ୍ମଥ ମିଶ୍ର କହିଲେ- ବାବୁ ତାଙ୍କ ଘରକୁ ଫେରି ସୁଖର ସଂସାର ଗଢ଼ନ୍ତୁ

ପ୍ରକୃତିଙ୍କୁ ଜେରା କଲା ପୁଲିସ୍; ମନ୍ମଥ ମିଶ୍ର କହିଲେ- ବାବୁ ତାଙ୍କ ଘରକୁ ଫେରି ସୁଖର ସଂସାର ଗଢ଼ନ୍ତୁ
July 26
17:22 2022

ଭୁବନେଶ୍ବର, ୨୬/୭: ଚେନ୍ନାଇରୁ ଫେରିବା ପରେ ଆଜି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୁଲିସ୍ ପଚରାଉଚରା କରିଛି। ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ପହଞ୍ଚିଥିଲେ।
ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ବୋଲି ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଭାବକଙ୍କ ଉପସ୍ଥିତିରେ ଏହି ପଚରାଉଚରା ହୋଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଜଣେ ବାପା ହିସାବରେ ମୁଁ ଚାହେଁ, ବାବୁସାନ୍ ତାଙ୍କ ପରିବାରକୁ ଫେରି ଆସୁ ଏବଂ ସୁଖରେ ସଂସାର କରୁ। ଏଣେ ପ୍ରକୃତି ମିଶ୍ର ବି ତଦନ୍ତରେ ସହଯୋଗ କରିଥିବା ନେଇ ପୁଲିସ ଅଧିକାରୀ କହିଛନ୍ତି।
ଯେଉଁ ଫିଲ୍ମର ପ୍ରମୋସନ୍ ଲାଗି ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ବାବୁସାନ୍ ଚେନ୍ନାଇ ଯାଇଥିଲେ, ସେହି ସିନେମାର ଟିମ୍ ଭୁବନେଶ୍ବର ଫେରିଆସିଲେଣି। ହେଲେ ଏଯାଏ ନାୟକ ବାବୁସାନ୍ ରାଜଧାନୀକୁ ଫେରିନାହାନ୍ତି।
ସୂଚନାଯୋଗ୍ୟ, ଅଭିନେତା ବାବୁସାନ, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି।
ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି। ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ବିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି। ତୃପ୍ତି ପୁଲିସ ନିକଟରେ ଅଭିଯୋଗ କରିବା ବେଳେ ସାଥୀରେ ଶାଶୁ ଅପରାଜିତା ମହାନ୍ତି ଉପସ୍ଥିତ ଥିଲେ।
ନିଜର ଅଭିଯୋଗରେ ତୃପ୍ତି ସେଦିନର ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଜୀବନ ଓ ପୁଅର ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସେହିପରି ବାବୁସାନଙ୍କୁ ପ୍ରକୃତି ହଇରାଣ କରୁଛନ୍ତି ବୋଲି ତୃପ୍ତି କହିଛନ୍ତି। ତେବେ ଉଭୟ ମାମଲାରେ ପୁଲିସ ତୃପ୍ତିଙ୍କ ସହିତ ଅନ୍ୟମାନଙ୍କର ବୟାନ ରେକର୍ଡ କରିଥିଲା।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30