Indus Valley Times

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ: ଅରବିନ୍ଦ ପାଢ଼ୀ କୃଷି ସଚିବ, ଅଶ୍ୱଥି ଗଣଶିକ୍ଷା ସଚିବ

 Breaking News

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ: ଅରବିନ୍ଦ ପାଢ଼ୀ କୃଷି ସଚିବ, ଅଶ୍ୱଥି ଗଣଶିକ୍ଷା ସଚିବ

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ: ଅରବିନ୍ଦ ପାଢ଼ୀ କୃଷି ସଚିବ, ଅଶ୍ୱଥି ଗଣଶିକ୍ଷା ସଚିବ
August 03
20:31 2022

ଭୁବନେଶ୍ୱର, ୩/୮: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀ ହେଲେ ଉଚ୍ଚ ଶିକ୍ଷା ସଚିବ । ବିଷ୍ଣୁପଦଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ଦିଆଯାଇଛି ।
କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ଆଇଏଏସ୍ ଅଫିସର ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସଚିବ ଭାବେ ଦ୍ୱାୟିତ୍ୱ ମିଳିଛି । ଅରବିନ୍ଦଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି ।
ଅନ୍ୟପଟେ ଆଇଏଏସ୍ ସଂଜୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଦ୍ୱାୟିତ୍ୱ ମିଳିଛି । ସୂଚନା ଓ ଲୋକ ସଂପର୍କ, ବିଡିଏର ଭିସି ଭାବେ ମଧ୍ୟ ସଂଜୟ ଅତିରିକ୍ତ ଦ୍ୱାୟିତ୍ୱ ସମ୍ଭାଳିବେ ।
ଡେପୁଟେସନ୍ରୁ ଫେରିଥିବା ଆଇଏଏସ୍ ଅଶ୍ୱଥି ଏସ୍ଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031