Indus Valley Times

ଡକ ବିଭାଗ ବିକ୍ରି କଲାଣି ୧କୋଟିରୁ ଅଧିକ ଜାତୀୟ ପତାକା

 Breaking News

ଡକ ବିଭାଗ ବିକ୍ରି କଲାଣି ୧କୋଟିରୁ ଅଧିକ ଜାତୀୟ ପତାକା

ଡକ ବିଭାଗ ବିକ୍ରି କଲାଣି ୧କୋଟିରୁ ଅଧିକ ଜାତୀୟ ପତାକା
August 12
13:14 2022

ନୂଆଦିଲ୍ଲୀଳ,୧୨/୮: ଡାକ ବଭାଗ ୧୦ ଦିନ ମଧ୍ୟରେ ଲୋକଙ୍କୁ ୧କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି କରିଛି । ୧.୫ ଲକ୍ଷ ଡାକ ଘରର ସର୍ବବ୍ୟାପୀ ନେଟ୍ୱର୍କ ସହିତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ‘ହର ଘର ତିରଙ୍ଗା’ କାର‌୍ୟ୍ୟକ୍ରମରେ ସାମିଲ କରୁଛି।
ଏହି ଜାତୀୟ ପତାକାକୁ ମାତ୍ର ୨୫ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି। ଅନ୍ଲାଇନ୍ରେ ଡାକ ବିଭାଗ ସାରା ଦେଶର କୌଣସି ବି ଠିକଣାରେ ଏହାକୁ ଡେଲିଭରି ଦେୟ ନ ନେଇ ସିଧାସଳଖ ପହଂଚାଇଛି। ଇ-ଡାକଘର ସୁବିଧା ମାଧ୍ୟମରେ ଲୋକମାନେ ଅନ୍ଲାଇନ୍ରେ ୧.୭୫ ଲକ୍ଷରୁ ଅଧିକ ପତାକା କ୍ରୟ କରିଛନ୍ତି।
ପ୍ରଭାତ ଫେରି, ମୋଟର ସାଇକେଲ୍ ରାଲି, ଚୌପାଲ ସଭା (ଗାଁ ସଭା)ଗୁଡିକ ମାଧ୍ୟରେ, ଭାରତୀୟ ଡାକ ସମାଜର ସମସ୍ତ ବର୍ଗ ମଧ୍ୟରେ ‘ହର ଘର ତିରଙ୍ଗା’ର ବାର୍ତା ପହଂଚାଇଛି। ଡିଜିଟାଲ୍ ରୂପରେ ଯୋଡି ହୋଇଥିବା ଲୋକମାନଙ୍କ ମଧ୍ୟରେ ଏହି ବାର୍ତାକୁ ବ୍ୟାପକ କରିବା ନିମନ୍ତେ ଟ୍ୱିଟର ଏବଂ ଫେସ୍ବୁକ୍ ଭଳି ସାମାଜିକ ମାଧ୍ୟମକୁ ଉପକରଣ ଭାବରେ ବ୍ୟବହାର କରାଯାଇଛି। ଡାକଘରଗୁଡିକ ମାଧ୍ୟମରେ ଜାତୀୟ ପତାକାର ବିକ୍ରି ୧୫ ଅଗଷ୍ଟ ୨୦୨୨ ପର‌୍ୟ୍ୟନ୍ତ ଖୋଲା ରହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031