Indus Valley Times

ପଲିସକୁ ବଡ଼ ସଫଳତା: ଦୁର୍ଦ୍ଦାନ୍ତ ମହିଳା ନକ୍ସଲକୁ ଗିରଫ କରି କୋର୍ଟ ଚାଲାଣ

 Breaking News

ପଲିସକୁ ବଡ଼ ସଫଳତା: ଦୁର୍ଦ୍ଦାନ୍ତ ମହିଳା ନକ୍ସଲକୁ ଗିରଫ କରି କୋର୍ଟ ଚାଲାଣ

ପଲିସକୁ ବଡ଼ ସଫଳତା: ଦୁର୍ଦ୍ଦାନ୍ତ ମହିଳା ନକ୍ସଲକୁ ଗିରଫ କରି କୋର୍ଟ ଚାଲାଣ
August 17
18:21 2022

ମାଲକାନଗିରି,୧୭/୮: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ଗିରଫ ହେଲା ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ସୁଖମତି କୁମେଟି । କୁମେଟି ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ବହୁ ବଡ଼ ବଡ଼ ଅପରାଧିକ କାର୍ଯ୍ୟ ଘଟାଇଥିଲା ଏହି ମହିଳା ନକ୍ସଲ । ଅରଛା ଗ୍ରାମରେ ପୁଲିସ ଏସଆଇ ରାମପ୍ରସାଦ ଭଗକୁ ଟାଙ୍ଗିଆରେ ଆକ୍ରମଣ କରି ଇନସାସ ରାଇଫଲକୁ ଲୁଟ କରି ନେବାରେ ସଫଳ ହୋଇଥିଲା। କଟେନାର ଏବଂ ଚିକପାଲ ନିକଟରେ ଏକ ବୋମା ଖଞ୍ଜି ବିସ୍ଫୋରଣ କରିବା ପରେ ଜଣେ ଆଇଟିବିପିର ଯବାନ ଗୁରୁତର ଆହତ ହୋଇଥିଲା। ଅମଦଇଘାଟି ଠାରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲା। ଆମଦଇ ଘାଟିରେ ଯବାନଙ୍କ ଉପରେ ଗୁଳି ଚଳାଇବା ଘଟଣରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲା। ଗୀରଫ ହେବା ପରେ ମହିଳା ନକ୍ସଲ ଜଣକ ସମସ୍ତ ଘଟଣାକୁ ସ୍ବୀକାର କରିଥିଲା।
ସୁଚନାନୁଯାଇ, ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଅରଛା ଥାନାରୁ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ କୋଡଲି ଆଦେରଖେଡା, ମୁସନାର, କାବନାର ଗ୍ରାମ ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିଲେ। ଏହି ସମୟରେ କାବାନର ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ମହିଳା ଏବଂ ପୁରୁଷମାନେ ପୁଲିସକୁ ଦେଖି ଦୌଡି ପଳେଇବାକୁ ଚେଷ୍ଟା କରୁଥିଲେ। ତେବେ ପୁଲିସ ସେହି ଅଂଚଳକୁ ଘେରିବା ପରେ ଜଣେ ମହିଳାକୁ ପୁଲିସ କାବୁ କରିଥିଲା। ତାକୁ ଧରି ପଚରାଉଚରା କରିବା ପରେ ସେ ସୁଖମତି କୁମେଟି ବୋଲି ନିଜର ପରିଚୟ ଦେଇଥିଲା। ସେ ୨୦୧୮ ମସିହାରେ ମିଲିସିଆ କମାଣ୍ଡର ମନୋଜ ଦ୍ବାରା ନକ୍ସଲ ସଂଗଠନରେ ଜଡିତ ହୋଇଥିଲା। ପ୍ରଥମେ ମିଲିସିଆ ଭାବେ କାମ କରିବା ପରେ ସେ ବସ୍ତର ଡିଭିଜିନର କମ୍ପାନି ନମ୍ବର ୬ର ସଦସ୍ୟା ଭାବେ କାମ କରୁଥିଲା। ସୁଖମତିକୁ ଗିରଫ କରବା ପାରେ ବୁଧବାର ଦିନ ପୁଲିସ କୋର୍ଟ ଚାଲାଣ କରିଥିବା କହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031