Indus Valley Times

ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା, ଓପିଏସସି ଘୋଷଣା କଲା ନୂଆ ତାରିଖ

 Breaking News

ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା, ଓପିଏସସି ଘୋଷଣା କଲା ନୂଆ ତାରିଖ

ଅଗଷ୍ଟ ୨୭ରେ ଏଏସଓ ପରୀକ୍ଷା, ଓପିଏସସି ଘୋଷଣା କଲା ନୂଆ ତାରିଖ
August 20
15:53 2022

ଭୁବନେଶ୍ବର, ୨୦/୮: ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ ବୋଲି ଜଣାଯାଇଛି।
ତେବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବବତ ପରୀକ୍ଷା ୩ଟି ସିଟିଂରେ ହେବ। ସକାଳ ୯ରୁ ଅପରାହ୍ନ ୪.୩୦ ଯାଏଁ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଓପିଏସସି ଅଧ୍ୟକ୍ଷ।
ସୂଚନାଯୋଗ୍ୟ, ପୂର୍ବରୁ ଅଗଷ୍ଟ ୨୧ରେ ଏଏସଓ ପରୀକ୍ଷା ହେବା ନେଇ ସ୍ଥିର ହୋଇଥିଲା। କିନ୍ତୁ ବନ୍ୟା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ ଓପିଏଏସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପବ୍ଲିକ ସର୍ଭିସ କମିସନ( ଓପିଏସ୍ସି) ଆସିଷ୍ଟାଣ୍ଟ ସେକସନ ଅଫିସର(ଏଏସଓ) ପରୀକ୍ଷାକୁ ବାତିଲ କରିଥିଲା।
ଆସନ୍ତା ଅଗଷ୍ଟ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଥିଲା। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ତାରିଖ ଧାର‌୍ୟ୍ୟ ହେଲେ ଜଣାଇ ଦିଆଯିବ ବୋଲି ଓପିଏସସି ତାର ୱେବ୍ ସାଇଟ୍ରେ ସୂଚନା ଦେଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031