Indus Valley Times

ଲାଞ୍ଚ ନେଉଥିଲେ ବିଏମ୍ସିର ଅଧିକାରୀ, ମାଡି ବସିଲା ଭିଜିଲାନ୍ସ

 Breaking News

ଲାଞ୍ଚ ନେଉଥିଲେ ବିଏମ୍ସିର ଅଧିକାରୀ, ମାଡି ବସିଲା ଭିଜିଲାନ୍ସ

ଲାଞ୍ଚ ନେଉଥିଲେ ବିଏମ୍ସିର ଅଧିକାରୀ, ମାଡି ବସିଲା ଭିଜିଲାନ୍ସ
August 22
17:24 2022

ଭୁବନେଶ୍ବର, ୨୨/୮: ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଏତିକି ବେଳେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲେ। ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି।
ସେଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିଲେ। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଚାଲିଛି। ଯୋଗେନ୍ଦ୍ର ପ୍ରଧାନ ଜଣେ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯିଏକି ବିଏମସିରେ ଏବେ ବି କାର୍ଯ୍ୟରତ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031