Indus Valley Times

ମହିଳା ଏସଆଇ ଆତ୍ମହତ୍ୟା ମାମଲା: ଥାନା ଅଧିକାରୀଙ୍କ ନିଲମ୍ବନ ଓ ଗିରଫ ଦାବିରେ ଧାରଣା

 Breaking News

ମହିଳା ଏସଆଇ ଆତ୍ମହତ୍ୟା ମାମଲା: ଥାନା ଅଧିକାରୀଙ୍କ ନିଲମ୍ବନ ଓ ଗିରଫ ଦାବିରେ ଧାରଣା

August 28
19:36 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୮/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଥାନାରେ କାର୍ଯ୍ୟରତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟାକୁ ପାଖାପାଖି ୩୨ଘଣ୍ଟା ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରାଇ ଥାନା ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି।
ତାଙ୍କ କହିବା କଥା ହେଉଛି, ଆମ ଭଉଣୀକୁ ଥାନା ଅଧିକାରୀ ରେବତୀ ଶବର କ୍ୱାର୍ଟର ଛାଡ଼ିବାକୁ କହିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚାପ ପକାଉଥିଲେ। ପାଖାପାଖି ୨୦ଘଣ୍ଟା ହେଲାଣି ଆମେ ଦେଇଥିବା ଏତଲା ଆଧାରରେ ଥାନା ଅଧିକାରୀ ରେବତୀ ଶବରଙ୍କୁ ନିଲମ୍ବନ ଓ ଗିରଫ କରାଯାଉନାହିଁ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ୍ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚିଥିବା ସହ ଲିଖିତ ପ୍ରତଶ୍ରୁତି ନଦେଲେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଧାରଣାରୁ ଓହରିବୁନାହିଁ ବୋଲି କହିଛନ୍ତି ପରିବାର ଲୋକେ।ବିବରଣୀରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁରର ସ୍ୱାଗତିକା ବେହେରା ୨୦୧୯ମସିହାରେ ତାଲିମ ସାରି ସ୍ଥାନୀୟ ଥାନାରେ ଏସଆଇ ଭାବେ ଡିସେମ୍ବର ୨୦୨୧ରେ ପ୍ରଥମେ ଜି ଉଦୟଗିରିରେ ଦାୟିତ୍ଵ ଗ୍ରହଣ କରିଥିଲେ।
ଘଟଣା ଦିନ ସେ ସକାଳ ଜଳଖିଆ ନେବାକୁ ନଆସିବାରୁ ବସାକୁ ଯାଇ ଡାକିବା ପରେ ଭିତର ପଟୁ କବାଟ ବନ୍ଦ ଥିବାରୁ ପଛ ପଟୁ କବାଟ ଖୋଲି ଦେଖିଲା ବେଳକୁ ସ୍ୱାଗତିକାଙ୍କୁ ଝୁଲାନ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା।
ଏହାପରେ ତାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ତହସିଲଦାର ଶୁଭ୍ରଂଜଳୀ ପ୍ରଧାନ, ଅତିରିକ୍ତ ତହସିଲଦାର ଭଞ୍ଜନ କହଁର, ଡିଏସପି ବି ଏମ୍ ହରପାଲ୍, ଉପଖଣ୍ଡ ପୁଲିସ ଅଧିକାରୀ ଡି ତିରୁପତି ରାଓ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚିଥିବା ସହ ଥାନା ଅଧିକାରୀ ରେବତୀ ଶବରଙ୍କୁ ଅନ୍ୟତ୍ର ବଦଳି କରାଯିବା ସଂଗେସଂଗେ ତଦନ୍ତ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରିବାର ବର୍ଗ ତାଙ୍କ ଜିଦରେ ଅଟଳ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30