Indus Valley Times

ବଡ଼ବଡ଼ିଆଙ୍କ ନୂଆଖାଇ, ତଳତଳିଆଙ୍କୁ ପଚାରେ କିଏ ?

 Breaking News

ବଡ଼ବଡ଼ିଆଙ୍କ ନୂଆଖାଇ, ତଳତଳିଆଙ୍କୁ ପଚାରେ କିଏ ?

ବଡ଼ବଡ଼ିଆଙ୍କ ନୂଆଖାଇ, ତଳତଳିଆଙ୍କୁ ପଚାରେ କିଏ ?
September 01
23:39 2022

Shocking: Media silent on how the poor people in western Odisha find it difficult to celebrate Nuakhai

By Mahendra Kumar Darjee

ବଲାଙ୍ଗୀର, Sept. 1:- ଆଜି ନୂଆଖାଇ । ଭାଇଚାରା ର ପର୍ବ । ପଶ୍ଚିମ ଓଡ଼ିଶାର ଏକ ନିଆରା ପର୍ବ ।ନୂଆ ଧାନ ,ଶସ୍ୟ ଦେବୀ ଦେବତାଙ୍କୁ ଅର୍ପଣ ପରେ ,ପ୍ରଚଳିତ ପ୍ରଥା ଅନୁଯାୟୀ ନୂଆ ଖିଆଯାଏ । ଗରିବ ହେଉ କିମ୍ବା ଧନୀ ହେଉ ସକ୍ଷମ ଅନୁଯାୟୀ ଏହି ପର୍ବ ପାଳନ କରିଥାନ୍ତି । ଚଢ଼ା ପରିବା ଦର ଯୋଗୁ ଅନେକ ନୂଆ ଧାନ ର ଚୁଡ଼ା କୁ ତାଙ୍କ ଇଷ୍ଟ ଦେବାଦେବୀ ଙ୍କୁ ଅର୍ପଣ କରି ନୂଆ ଖାଇଥାନ୍ତି ।

ଦାରିଦ୍ର୍ୟ ଯୋଗୁଁ ହଜାର ହଜାର ଲୋକେ ବାହାର ରାଜ୍ୟକୁ କାମ ପାଇଁ ଯାଇ ନିଜର ସର୍ବସ୍ବ ହରାଇ ଆସୁଥିବା ବେଳେ ସେମାନେ  ନୂଆଖାଇ ପର୍ବ କିଭଳି ପାଳନ କରୁଛନ୍ତି ସମ୍ବାଦ ପୃଷ୍ଟା ମଣ୍ଡନ ହେଉନାହିଁ । ଅଭାବ ଯୋଗୁ ତଳସ୍ତର ଲୋକେ ନୂଆଖାଇ ପର୍ବ କିଭଳି ପାଳନ କରୁଛନ୍ତି ତାର ସୂଚନା କିମ୍ବା ସମ୍ବାଦ ଗଣମାଧ୍ୟମ ରେ ପ୍ରକାଶିତ ହେବା ଜରୁରୀ ନୁହେଁ କି? ମାଆ ତାର ଜନ୍ମ କଲା ଶିଶୁକୁ ଦାରିଦ୍ର୍ୟ ଯୋଗୁଁ ବିକ୍ରି କରିବାକୁ ପଛାଏ ନାହିଁ । ଏଭଳି ଜିଲ୍ଲା ରେ ସାଧାରଣ ଜନତା କିଭଳି ନୂଆଖାଇ ପାଳନ କରୁଛନ୍ତି,ଦରିଦ୍ରତା ଯୋଗୁ ନୂଆ ଖାଇଲେ କି ନାହିଁ,କିମ୍ବା କେଉଁ କାରଣରୁ ଏହି ଭାଇଚାରା ର ପର୍ବ ପାଳନ କରି ପାରିଲେ ନାହିଁ ସମ୍ବାଦ ପରିବେଷଣ ହୋଇ ପାରୁନାହିଁ ।

କିନ୍ତୁ ପ୍ରତିବର୍ଷ ରାଜା ଘରେ କିଭଳି ନୂଆଖାଇ ପାଳନ କଲେ ସମ୍ବାଦ ପତ୍ରର ମୁଖ୍ୟ ପୃଷ୍ଠା ମଣ୍ଡନ ହୁଏ । ରାଜନେତା ମାନେ ପାଳନ କରୁଥିବା ନୂଆଖାଇର ବିଶଦ ବିବରଣୀ ପ୍ରକାଶିତ ହେଉଥିବା ବେଳେ ନୂଆଖାଇ ରେ ମଲିମୁଣ୍ଡିଆଙ୍କ ଦୁର୍ଦ୍ଦଶା ସମ୍ପର୍କରେ କଲମ ଚଳେଇବା ଯଥାର୍ଥ ନୁହେଁ କି? ନୂଆଖାଇ ରେ ସାଧାରଣ ଜନତା କିଭଳି କେଊ ପରିସ୍ଥିତି ରେ ଏହି ପର୍ବ ପାଳନ କରୁଛନ୍ତି ବିଶଦ ବିବରଣୀ ପ୍ରକାଶିତ ହେଲେ ସରକାର ଜାଣିବେ ରାଜକୋଷରୁ ଆସୁଥିବା ଅର୍ଥ ଜିଲ୍ଲାରେ କିପରି ଭାବରେ ଖର୍ଚ୍ଚ ହେଉଛି । ବର୍ଷ ବର୍ଷ ଧରି ଏହି ଜିଲ୍ଲା କୁ କେ ବି କେ ରେ ଅନ୍ତର୍ଭୁକ୍ତ କରାଯାଇ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ପ୍ରତିବର୍ଷ ଦାଦନ ସମସ୍ୟା ଜଟିଳ ହେବାରେ ଲାଗିଲାଣି ।

ଦାରିଦ୍ର୍ୟ ରେଖା ତଳେ ଜୀବନ ବିତାଉଥିବା ସାଧାରଣ ଲୋକ ଙ୍କ ନୂଆଖାଇ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିବା ପରିବର୍ତ୍ତେ ରାଜା ଘର ଏବଂ ନାମୀ ଦାମୀ ରାଜନେତା ଙ୍କ ନୂଆଖାଇ ସମ୍ପର୍କରେ ଫାଲ ଫାଳ ଲେଖିଲେ ଲାଭ କଣ । ନୂଆଖାଇ ଧନୀ ଗରିବ ସମସ୍ତଙ୍କ ପାଇଁ ଏକ ନିଆରା ପର୍ବ ହେଉ ଏବଂ କେହି ଦାରିଦ୍ର୍ୟତା ଯୋଗୁଁ ନୂଆଖାଇ ରୁ ବଞ୍ଚିତ ନ ହେଉ ।ଏହାହିଁ ଲେଖାର ଉଦ୍ଦେଶ୍ୟ ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930