Indus Valley Times

ଓଡ଼ିଶାର ସବୁ ରାସ୍ତା ଗୋଟିଏ ହେବ ଏକ ପ୍ରକାରର

 Breaking News

ଓଡ଼ିଶାର ସବୁ ରାସ୍ତା ଗୋଟିଏ ହେବ ଏକ ପ୍ରକାରର

ଓଡ଼ିଶାର ସବୁ ରାସ୍ତା ଗୋଟିଏ ହେବ ଏକ ପ୍ରକାରର
September 15
12:37 2022

ଭୁବନେଶ୍ବର,୧୫/୯ : ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ନିୟମ ୧୯୯୩ରେ ସଂଶୋଧନ କରି ଓଡ଼ିଶା ମୋଟର ଯାନ (ସଂଶୋଧିତ) ନିୟମ, ୨୦୨୨ ଆଣିବାକୁ ଯାଉଛନ୍ତି। ଏଥିରେ ରାସ୍ତା ନିର୍ମାଣକାରୀ ବିଭାଗ ଠାରୁ ଆରମ୍ଭ କରି ଆର୍ଟିଓ, ପୁଲିସ ସମସ୍ତଙ୍କୁ ଦାୟିତ୍ବ ଆବଣ୍ଟନ କରିବାକୁ ଯାଉଛନ୍ତି। ଏପରିକ ପ୍ରତି ରାସ୍ତାରେ କ’ଣ କ’ଣ ସୁବିଧା ରହିବା ଦରକାର ସେନେଇ ଏକ ଏସ୍ଓପି ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଜାତୀୟ ରାଜପଥରୁ ଆରମ୍ଭ କରି ରାଜ୍ୟ ରାଜପଥ, ପୌର ସଂସ୍ଥା ଅଧୀନରେ ଥିବା ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ଡିଜାଇନ୍ ଗୋଟିଏ ପ୍ରକାରର ହେବ। ଏଥିରେ କେବଳ ରାସ୍ତାର ଚଉଡା ଯାହା ବଦଳିବ। ପ୍ରତି ରାସ୍ତାରେ ପଥଚାରୀ, ସାଇକେଲ୍ ଚାଳକ, ଅଣ ମୋଟରଯାନ ବ୍ୟବହାରକାରୀଙ୍କ ପାଇଁ ଫୁଟପାଥ୍, ସାଇକେଲ୍ ଟ୍ରାକ୍, ଫୁଟ୍ ଓଭରବ୍ରିଜ୍ ରହିବ। ଏପରିକି ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଭଳି ପଶୁ ଚାଳିତ ଗାଡ଼ି ଯାତାୟତ ସୁବିଧା ବି ଫୁଟପାଥ୍ରେ ରହିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031