Indus Valley Times

ରାଜସ୍ଥାନରେ ଛତିଶଗଡ଼ ଘଟଣାର ପୁନରାବୃତ୍ତି : ଖେଳୁ ଖେଳୁ ୨୦୦ ଫୁଟ ଗଭୀର କୂଅକୁ ଖସିପଡ଼ିଲା ୨ ବର୍ଷର ଝିଅ

 Breaking News

ରାଜସ୍ଥାନରେ ଛତିଶଗଡ଼ ଘଟଣାର ପୁନରାବୃତ୍ତି : ଖେଳୁ ଖେଳୁ ୨୦୦ ଫୁଟ ଗଭୀର କୂଅକୁ ଖସିପଡ଼ିଲା ୨ ବର୍ଷର ଝିଅ

ରାଜସ୍ଥାନରେ ଛତିଶଗଡ଼ ଘଟଣାର ପୁନରାବୃତ୍ତି : ଖେଳୁ ଖେଳୁ ୨୦୦ ଫୁଟ ଗଭୀର କୂଅକୁ ଖସିପଡ଼ିଲା ୨ ବର୍ଷର ଝିଅ
September 15
20:38 2022

ଜୟପୁର, ୧୫/୯: ରାଜସ୍ଥାନରେ ଛତିଶଗଡ଼ ଘଟଣାର ପୁନରାବୃତ୍ତି। କିଛି ମାସ ତଳେ ଛତିଶଗଡ଼ରେ ଏକ ବୋରୱେଲକୁ ଜଣେ ବାଳକ ଖସିପଡ଼ିବା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏବେ ସମାନ ଘଟଣା ରାଜସ୍ଥାନର ଦୌଶା ଜିଲ୍ଲାର ବାଣ୍ଡିକୁଇ ଟାଉନ୍ରେ ଘଟିଛି। ଅଙ୍କିତା ନାମ୍ନୀ ଜଣେ ୨ ବର୍ଷର ଝିଅ ୨୦୦ ଫୁଟ ଗଭୀର ନଳକୂଅକୁ ଖସିପଡ଼ିଛି।
ଝିଅଟି ୧୦୦ ଫୁଟରେ ଅଟକି ଥିବା ସୂଚନା ମିଳିଛି। ଝିଅଟିକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୨ ବର୍ଷର କୁନି ଝିଅଟି ଖେଳୁଥିବା ବେଳେ କୂଅକୁ ଖସି ପଡ଼ିଥିବା କୁହାଯାଉଛି। ଉଦ୍ଧାର ପାଇଁ ମେସିନ୍ ଏବଂ ଟ୍ରାକ୍ଟରକୁ ନିୟୋଜିତ କରାଯାଇଛି।
ସେହିପରି ଉଊଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟର ବିପର‌୍ୟ୍ୟୟ ପ୍ରଶମନ ବଳକୁ ଡକାଯାଇଛି। ଏହି ଟିମ୍ ଜୟପୁରରୁ ଆସିବ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଥିବା ବେଳେ ମେଡିକାଲ ଟିମ ମଧ୍ୟ ପହଞ୍ଚିଛି। କୂଅରେ ଅଟକିଥିବା ଝିଅଟି ନିକଟକକୁ ଅକ୍ସିଜେନ ପାଇପ ମାଧ୍ୟମରେ ଅମ୍ଳଜାନ ଯୋଗେଇ ଦେବାକୁ ବ୍ୟବସ୍ଥା କରାଯାଇଛି। ପୂରା ଘଟଣାକୁ ସିସିଟିଭିରେ ଅନୁଧ୍ୟାନ କରାଯାଉଛି।
ଗତ ଜୁନ୍ ମାସରେ ଛତିଶଗଡ଼ ଜଞ୍ଜଗିର-ଚାମ୍ପା ଜିଲ୍ଲାର ମାଲଖାଦାରୁଆ ଥାନା ଅନ୍ତର୍ଗତ ପିରହ୍ରିଡ୍ ଗାଁରେ ସମାନ ଘଟଣା ଘଟିଥିଲା। ଏକ ବୋରୱେଲ ଭିତରକୁ ଜଣେ ବାଳକଟି ଖସି ପଡିଥିଲା।
ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ସେନାର ଯବାନଙ୍କୁ ନେଇ ରେସକ୍ୟୁ ଅପରେସନ୍ କରାଯାଇଥିଲା ପ୍ରାୟ ୮୦ ଫୁଟ ତଳକୁ ଖସି ପଡିଥିଲା ୧୧ ବର୍ଷର ବାଳକ ରାହୁଲ ସାହୁ। ଘର ପଛ ପାଖରେ ଖେଳୁଥିଲା ବେଳେ ବାଳକଟି ବୋରୱେଲର ଗାତ ଭିତରକୁ ଖସି ପଡିଥିଲା। ଦୀର୍ଘ ସମୟଧରି ବହୁ ପାରିଶ୍ରମ ପରେ ରାହୁଲଙ୍କୁ ଜୀବୀତ ଭାବେ ଉଦ୍ଧାର କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031