Indus Valley Times

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା

 Breaking News

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା

ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା
September 22
12:09 2022

ଭୁବନେଶ୍ୱର,୨୨/୯: ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ ଇଂରାଜୀରେ ହେଉଥିବା ବେଳେ ଏବେ ଓଡ଼ିଆ ଭାଷାରେ ବି ହେବ । ପରୀକ୍ଷାର୍ଥୀମାନେ ନିଜ ଇଚ୍ଛା ମୁତାବକ ଏହି ୨ଟି ମଧ୍ୟରୁ ଯେକୌଣସି ଭାଷାକୁ ବାଛି ପରୀକ୍ଷା ଦେଇପାରିବେ।
ଦୀର୍ଘ ଦିନର ଦାବି ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଏନେଇ ଚିଠି ହୋଇଛି । ଏହାଫଳରେ ଅଧିକ ପରୀକ୍ଷାର୍ଥୀ ଏବେ ଓଏଏସ୍ ପରୀକ୍ଷା ଦେବାକୁ ଆଗ୍ରହୀ ହେବେ ବୋଲି କୁହାଯାଉଛି। ଓଏଏସ୍ ପରୀକ୍ଷାର ପରୀକ୍ଷାର୍ଥୀମାନେ ଏଣିକି ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଯେଉଁ ଭାଷାରେ ଚାହିଁବେ ଉତ୍ତର ଲେଖିପାରିବେ ।
ବହୁ ପୂର୍ବରୁ ଓଡ଼ିଆରେ ଓଏଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି । ବର୍ତ୍ତମାନ ୨୨ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଓଡ଼ିଆ ଭାଷାରେ ହୋଇ ପାରୁ ନଥିଲା।
ଏନେଇ ଭାଷା ପ୍ରେମୀଙ୍କ ପକ୍ଷରୁ ୨୦୧୧ରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କୋର୍ଟ ଓଡ଼ିଆ ଭାଷାରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ।
ଆଉ ଏବେ ଏହା ଲାଗୁ ହେବାକୁ ଯାଉଛି । ତେବେ ୨୦୧୭ରେ ଓଡ଼ିଆ ଭାଷାରେ ଲେଖିବା ପାଇଁ ଅନୁମତି ଦିଆଯାଇଥିଲେ ବି ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରିନଥିଲେ ।
ଓଡ଼ିଆ ଭାଷାରେ ପ୍ରଶ୍ନ ଆସିବ ଓ ଓଡ଼ିଆରେ ହିଁ ଉତ୍ତର ଦେବେ ପରିକ୍ଷାର୍ଥୀ। ଫଳରେ ଏବେ ଓଏଏସ୍ ପରୀକ୍ଷା ଦେବାକୁ ବହୁ ପିଲା ଆଗ୍ରହୀ ହେବେ ବୋଲି କହିଛନ୍ତି ଶିକ୍ଷାବିତ। ଏହି ନିର୍ଦ୍ଦେଶନାମା ପରଠୁ ଓଏଏସ୍ ପରୀକ୍ଷା ଦେବାକୁ ଥିବା ଆଶାୟୀମାନେ ବେଶ୍ ଖୁସ୍ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031