Indus Valley Times

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଢାଞ୍ଚାରେ ଆସିଲା ସଂଶୋଧନ, ୨ ହଜାର ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

 Breaking News

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଢାଞ୍ଚାରେ ଆସିଲା ସଂଶୋଧନ, ୨ ହଜାର ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଢାଞ୍ଚାରେ ଆସିଲା ସଂଶୋଧନ, ୨ ହଜାର ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ
September 30
20:00 2022

ଭୁବନେଶ୍ୱର, ୩୦/୯: ଓଡ଼ିଶା ସିଭିଲ୍ ସର୍ଭିସେସ (ଓସିଏସ୍) ପରୀକ୍ଷାରେ ଆଉ ରହିବନି ଦୁଇଟି ଅପ୍ସନାଲ୍। ଆଶାୟୀମାନେ କେବଳ ଗୋଟିଏ ଅପ୍ସନାଲ ବାଛିବେ। ସେହିଭଳି ଓଡ଼ିଆ ଭାଷାରେ ହେବ ଏହି ପରୀକ୍ଷା। ଆଜି ରାଜ୍ୟ କ୍ୟାବିନେଟ ନେଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହି ପରୀକ୍ଷା ପାଇଁ ଆସିଥିବା ଏକାଧିକ ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍।
ଓସିଏସ୍ ପରୀକ୍ଷାରେ ପୂର୍ବରୁ ୨୨୫୦ ମାର୍କର ପରୀକ୍ଷା ହେଉଥିଲା। ଏହାକୁ ସଂଶୋଧନ କରାଯାଇଛି। ଏଣିକି ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା କରାଯିବ।
ଏହି ପରୀକ୍ଷାରେ ପୂର୍ବରୁ ଇଂରାଜୀ ପ୍ରବନ୍ଧ ଲିଖନ ବାଧ୍ୟତାମୂଳକ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ।
ସେହିପରି କେଉଁ ବର୍ଗର ଆଶାୟୀ କେତେଥର ପରୀକ୍ଷା ଦେଇପାରିବେ, ସେଥିରେ ମଧ୍ୟ ସଂଶୋଧନ ହୋଇଛି। ପୂର୍ବରୁ ଅଣସଂରକ୍ଷିତ ବର୍ଗ ୪ ଥର ପରୀକ୍ଷା ଦେଇପାରୁଥିଲେ। ଏବେ ଆଶାୟୀମାନେ ୬ ଥର ପରୀକ୍ଷା ଦେଇପାରିବେ।SC/STବର୍ଗର ଆଶାୟୀମାନେ ପୂର୍ବଭଳି ଯେତେଥର ଚାହିଁବେ ଏହି ପରୀକ୍ଷା ଦେଇପାରିବେ।
ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ଆଉ ଏକ ବଡ଼ ସଂଶୋଧନ କରାଯାଇଛି। ଏଣିକି ଆଶାୟୀମାନେ ଓଡ଼ିଆ ଭାଷାରେ ପରୀକ୍ଷା ଦେବେ। ତେବେ ଯେଉଁମାନେ ଚାହିଁବେ, ସେମାନେ ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ। ସାକ୍ଷାତକାର ମଧ୍ୟ ଓଡ଼ିଆରେ ହେବ। ଯିଏ ଚାହିଁବେ ଇଂରାଜୀ ଭାଷାରେ ସାକ୍ଷାତକାର ଦେଇପାରିବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031