Indus Valley Times

ରଣକ୍ଷେତ୍ର ପାଲଟିଲା ଏମକେସିଜି ; ହାଉସ୍ ସର୍ଜନ ଓ ନର୍ସ ମାରପିଟ

 Breaking News

ରଣକ୍ଷେତ୍ର ପାଲଟିଲା ଏମକେସିଜି ; ହାଉସ୍ ସର୍ଜନ ଓ ନର୍ସ ମାରପିଟ

September 30
20:20 2022

ବ୍ରହ୍ମପୁର ୩୦/୯: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଝଗଡ଼ା ପରେ ମାଡ଼ପିଟ୍ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଏପରି ଘଟଣା ଘଟିଛି। ଫଳରେ ଉଭୟ ନର୍ସ ସଂଘ ଓ ହାଉସ ସର୍ଜନ ସଂଘ କାର‌୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଗୁରୁବାର ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ। ହେଲେ ସେଠାରେ କାର‌୍ୟ୍ୟରତ ନର୍ସମାନେ ଶର୍କରା ପରୀକ୍ଷା କରିନଥିଲେ।
ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶୁକ୍ରବାର ସକାଳେ ଉଭୟ ପକ୍ଷର ୧୦୦ରୁ ଅଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ପାଖରେ ଜମା ହୋଇଥିଲେ।
ସେଠାରେ ସେମାମଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ହାତାହାତି ହୋଇଥିଲେ। ଏବେ ନର୍ସଙ୍କ ଧାରଣା ଜାରି ରହିଛି । ବୈଦ୍ୟନାଥପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଠା କରୁଛି

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30