Indus Valley Times

ସମୁଦ୍ର ମଧ୍ୟରେ ଜଳିଗଲା ମାଛଧରା ବୋଟ: କୋଟିଏରୁ ଅଧିକ କ୍ଷତି, ଜୀବନ ବଂଚାଇବାକୁ ଡେଇଁଲେ ୧୦ ମତ୍ସ୍ୟଜୀବୀ

 Breaking News

ସମୁଦ୍ର ମଧ୍ୟରେ ଜଳିଗଲା ମାଛଧରା ବୋଟ: କୋଟିଏରୁ ଅଧିକ କ୍ଷତି, ଜୀବନ ବଂଚାଇବାକୁ ଡେଇଁଲେ ୧୦ ମତ୍ସ୍ୟଜୀବୀ

October 06
17:05 2022

ଚାନ୍ଦବାଲି,୬।୧୦: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ହୁଇଲର ଦୀପ ନିକଟରେ ଅଘଟଣ । ସମୁଦ୍ର ମଝିରେ ଜଳିଗା ମାଛଧରା ବୋଟ୍ । ଅଗ୍ନିକାଣ୍ଡ ପରେ ଟ୍ରଲର୍ଟି ବୁଡିଯାଇଛି । କିନ୍ତୁ ସୌଭାଗ୍ୟବଶଃ ସମସ୍ତ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଖବର ଅନୁଯାୟୀ, ଧାମରା ଦୋଷାଙ୍ଗୀ ପଞ୍ଚାୟତର ଟ୍ରଲର ମାଲିକ ସମରେଶ ପରିଡ଼ାଙ୍କ ମା ପଦ୍ମାବତୀ ନାମକ ଏକ ଟ୍ରଲରରେ ୧୦ଜଣ ମତ୍ସଜୀବୀଙ୍କୁ ନେଇ ମାଛ ଧରୁବାକୁ ଯାଇଥିଲା ।
ଏହି ସମୟରେ କୌଣସି କାରଣରୁ ହଠାତ୍ ଟ୍ରଲରଟିରେ ନିଆଁ ଲାଗିଯାଇଥିଲା । ଅଗ୍ନି ପ୍ରଖର ଥିବାରୁ ମତ୍ସଜୀବୀମାନେ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁପଡିଥିଲେ । ନିକଟରେ ଥିବା ଅନ୍ୟ ଟ୍ରଲର ଧିବରମାନେ ୧୦ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031