Indus Valley Times

ଜଳେଶ୍ୱର : ୮୦୦ ଗ୍ରାମର ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ

 Breaking News

ଜଳେଶ୍ୱର : ୮୦୦ ଗ୍ରାମର ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ

ଜଳେଶ୍ୱର : ୮୦୦ ଗ୍ରାମର ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ
October 12
12:12 2022

ଜଳେଶ୍ୱର,୧୨/୧୦: ଜଳେଶ୍ଵରରେ କାୟା ମେଲାଇ ସାରିଲାଣି ବ୍ରାଉନ୍ ସୁଗାର କାରବାର। ଆଜି ଅବକାରୀ ବିଭାଗ ପ୍ରାୟ ୮୦୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ବେଆଇନ ନିଶା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱର ଅଞ୍ଚଳର ୩ ସ୍ଥାନରେ ଚଢ଼ଉ କରାଯାଇ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।
ତେବେ ଏହି ଚଢ଼ାଉରେ ନିଶା କାରବାରରେ ସକ୍ରିୟ ଥିବା କିଙ୍ଗପିନ ସହିତ ରାଣୀ ମହୁମାଛି ଧରାପଡ଼ିଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଜଳେଶ୍ୱର ଅଂଚଳରେ ୨ ଦିନ ଡେରା ପକାଇ ପୂରା ଫିଲ୍ମ ଷ୍ଟାଇଲ୍ରେ ଗ୍ରାହକ ସାଜି ସେମାନଙ୍କୁ ଧରିବାରେ ଅବକାରୀ ବିଭାଗ ସଫଳ ହୋଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ୟୁନିଟ ୨ ଏବଂ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯାହା ସଫଳ ହୋଇଛି।
ଗିରଫ ନିଶା ମାଫିଆମାନେ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାରମାଇଲ ଅଂଚଳର ଦିବାକର ନାୟକ, ଜଳେଶ୍ୱର ଥାନା ପଛ ପାର୍ଶ୍ୱରେ ଥିବା ଶାସନବାଡି ଅଂଚଳର ମାଛ ବ୍ୟବସାୟୀ ସୁବା ଉଦ୍ଦିନ୍ ଓ ସୁନିତା ବାରିକ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031