Indus Valley Times

ଟ୍ରାଫିକ୍ ନିୟମରେ ଆସିଲା ପରିବର୍ତ୍ତନ: ଫାଇନ୍ ବଦଳରେ ଦଣ୍ଡ ସ୍ୱରୂପ କରିବେ ସମାଜ ସେବା

 Breaking News

ଟ୍ରାଫିକ୍ ନିୟମରେ ଆସିଲା ପରିବର୍ତ୍ତନ: ଫାଇନ୍ ବଦଳରେ ଦଣ୍ଡ ସ୍ୱରୂପ କରିବେ ସମାଜ ସେବା

ଟ୍ରାଫିକ୍ ନିୟମରେ ଆସିଲା ପରିବର୍ତ୍ତନ: ଫାଇନ୍ ବଦଳରେ ଦଣ୍ଡ ସ୍ୱରୂପ କରିବେ ସମାଜ ସେବା
October 14
12:43 2022

ଆସିଲା ଟ୍ରାଫିକ୍ ନିୟମରେ ପରିବର୍ତ୍ତନ । ଟ୍ରାଫିକ୍ ନିୟମ ଉଲ୍ଲଘଂନ କଲେ ଗଣିବାକୁ ପଡିବନି ଫାଇନ୍ । ଫାଇନ୍ ବଦଳରେ ଟ୍ରାଇଭରଙ୍କୁ କରିବାକୁ ହେବ ସମାଜ ସେବା ଏବଂ ନେବେ ସ୍ପେଷିଆଲ ଟ୍ରାଇଭିଂ ଟ୍ରେନିଂ । କେରଳରେ ଏହି ନୀୟମ ଲଗୁ କରିଛନ୍ତି ରାଜ୍ୟ ସରକାର । ବହନ ମନ୍ତ୍ରୀ ଆଣ୍ଟୋନି ରାଜୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।
ନୂଆ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦଣ୍ଡ ବିଧାନ ସ୍ୱରୂପ, ୩ ଦିନ ପର‌୍ୟ୍ୟନ୍ତ ସେମାନେ ମେଡିକାଲ୍ରେ ଟ୍ରମା କେୟାର ୟୁନିଟ୍ ଓ Palliative Care Units ରେ ରୋଗୀଙ୍କ ସେବା କରିବେ। ଏହାସହ ଇଡାପ୍ପଲ ସ୍ଥିତ IDTR(Institute of Driver Training and Research) ରେ ୩ ଦିନ ପାଇଁ ଟ୍ରେନିଂ ମଧ୍ୟ ନେବେ। ଯାହାକି ବାଧ୍ୟତାମୂଳକ। ଏତଦ୍ବ୍ୟତୀତ, ୨ ଚକିଆ ଯାନ ଚଲାଉଥିବା ଡ୍ରାଇଭରଙ୍କ ପାଇଁ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031