Indus Valley Times

କାଲିମେଳା: ଭୁଲ ଚିକିତ୍ସା ଯୋଗୁଁ ବ୍ୟବସାୟୀଙ୍କ ମୃତ୍ୟୁ

 Breaking News

କାଲିମେଳା: ଭୁଲ ଚିକିତ୍ସା ଯୋଗୁଁ ବ୍ୟବସାୟୀଙ୍କ ମୃତ୍ୟୁ

କାଲିମେଳା: ଭୁଲ ଚିକିତ୍ସା ଯୋଗୁଁ ବ୍ୟବସାୟୀଙ୍କ ମୃତ୍ୟୁ
October 15
20:02 2022

କାଲିମେଳା,୧୫/୧୦: କାଲିମେଳା ବଜାରରେ କ୍ଲିନିକ କରିଥିବା ଜଣେ କ୍ଵାକଙ୍କ ନିକଟକୁ ତପନ ପାଲ ନାମକ ବ୍ୟବସାୟୀ ଦାନ୍ତ ଚିକିତ୍ସା ଲାଗି ଆସିଥିଲେ। କ୍ଵାକ ଜଣଙ୍କ ଦାନ୍ତ ଉପାଡ଼ିଦେଇଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଥିବାର ଜଣା ପଡ଼ିଛି। ଉକ୍ତ କ୍ଲିନିକରେ ଭୁଲ ଚିକତ୍ସା ଯୋଗୁଁ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଆଣିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କ୍ଵାକ ରବୀନ୍ଦ୍ର ନାଥ ବିଶ୍ୱାସ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ବାସନ୍ତୀ ବିଶ୍ୱାସ ତପନ ପାଲଙ୍କୁ ଚିକିତ୍ସା କରିଥିବାର ସୂଚନା ମିଳିଛି।
ବିନା ଡାକ୍ତରୀ ସାର୍ଟିଫିକେଟରେ ଦୀର୍ଘ ବର୍ଷ ହେଲା ରବୀନ୍ଦ୍ର ନାଥ ବିଶ୍ୱାସଙ୍କ ଘରେ ବେଆଇନ ଭାବରେ କ୍ଲିନିକ ଚାଲିଥିଲେ ମଧ୍ୟ ପ୍ରଶାସନ ଚୁପ ହୋଇ ବସିଛି। ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ମୃତ ବ୍ୟବସାୟୀଙ୍କ ପୁଅ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଚିକିତ୍ସା କରୁଥିବା ନକଲି ଡାକ୍ତରାଣୀ ଫେରାର ହୋଇ ଯାଇଥିବାର ଜଣା ପଡ଼ିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30