Indus Valley Times

ଛତିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ

 Breaking News

ଛତିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ

October 16
11:17 2022

ଚଣ୍ଡିଖୋଲ,୧୬/୧୦ : ଜାତୀୟ ରାଜପଥ ଛତିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଦୁଇ ଜଣ ମହିଳାଙ୍କୁ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଏକ କାର୍ଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିଲା । ହେଲେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥିଲେ । କାର ଡ୍ରାଇଭର ହ୍ୟାଣ୍ଡବ୍ରେକ୍ ନପକାଇ ବାହାରକୁ ଯାଇଥିଲେ ।
ଠିକ୍ ଏହି ସମୟରେ ଗାଡିଟି ରାସ୍ତାରେ ଗଡିବାକୁ ଲାଗିଥିଲା । ଯାହାଫଳରେ ଦୁଇ ଜଣ ହିଳା ଗାଡିରୁ ଡେଇଁବାକୁ ଉଦ୍ୟମ କରିଥିଲେ । ହେଲେ ପଛରୁ ଆସୁଥିବା ଏକ ଟ୍ରକଟି ମହିଳାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଛି ।
ତେବେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି । ଘଟଣାସ୍ଥଳରେ ବୈରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930