Indus Valley Times

ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ, ବ୍ୟାପକ ଖାଦ୍ୟ ସାମଗ୍ରୀ ଜବତ

 Breaking News

ଅପମିଶ୍ରିତ ଖାଦ୍ୟ ଉତ୍ପାଦନ କାରଖାନା ଉପରେ ଚଢ଼ଉ, ବ୍ୟାପକ ଖାଦ୍ୟ ସାମଗ୍ରୀ ଜବତ

October 22
18:28 2022

ଭୁବନେଶ୍ୱର/କଟକ,୨୨/୧୦: ଅପମିଶ୍ରିତ ସସ୍ ଫ୍ୟାକ୍ଟ୍ରି ଓ ଗୋଦାମରେ ପୁଲିସର ରେଡ୍। ଆଳୁ ଓ କଖାରୁ ବ୍ୟବହାର କରାଯାଇ ଲୁଚାଛପାରେ ପ୍ରସ୍ତୁତ ହେଉଥିବା ଚିଲି ସସ୍, ଟମାଟୋ ସସ୍, ଆଚାର ପ୍ରଭୃତି ସାମଗ୍ରୀ। ଆଜି ଭୁବନେଶ୍ୱରର ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ କଟକ ପୁଲିସ ରେଡ୍ କରି ବିପୁଳ ପରିମାଣର ସସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେପଟେ କଟକ ମାଲଗୋଦାମରେ ଥିବା ଏକ ଗୋଦାମରେ ମଧ୍ୟ ଚଢ଼ାଉ ହୋଇଛି। ପାତ୍ରପଡ଼ା ଫ୍ୟାକ୍ଟ୍ରିରେ ସସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଅପମିଶ୍ରିତ ହୋଇ ପ୍ରସ୍ତୁତ ପରେ ମାଲଗୋଦାମକୁ ଯାଉଥିଲା।
ଆଜି କଟକ ମାଲଗୋଦାମ ଥାନା ଅଧୀନରେ ଏକ ନକଲି ସସ୍ ଗୋଦାମ ଠାବ ହେବା ପରେ ସେଠାରେ ଜଣେ ବ୍ୟକ୍ତିକୁ ଅଟକ ରଖି ପୁଲିସ ପଚରାଉଚରା କରିବା ବେଳେ ତାଙ୍କ ଠାରୁ ପାତ୍ରପଡ଼ା ନକଲି ସସ୍ ଫ୍ୟାକ୍ଟ୍ରି ସମ୍ପର୍କରେ ସୂଚନା ପାଇଥିଲା। ଏହି ସୂଚନାକୁ ଆଧାର କରି ଭୁବନେଶ୍ୱର ପାତ୍ରପଡ଼ାର ଏହି କାରଖାନା ଉପରେ ରେଡ୍ ହୋଇଛି ଓ ଏଠାରୁ ଜବତ ସାମଗ୍ରୀର ନମୁନା ସଂଗ୍ରହ କରାଯାଇଛି। ଜବତ ସସ୍ ଓ ଅନ୍ୟ ସାମଗ୍ରୀ ଉପରେ ଖାଦ୍ୟ ନିରାପତ୍ତା ବିଭାଗର ବାରକୋଡ୍ ଦେଖିବାକୁ ମିଳି ନ ଥିଲା। ସେହିପରି ମନଇଛା ଦର ମଧ୍ୟ ଲଗାଯାଇଛି। ବହୁ ବର୍ଷ ହେବ ଏହି ଫ୍ୟାକ୍ଟ୍ରି ଲୁଚାଛପାରେ ଚାଲିଥିଲା। ଅସ୍ୱାସ୍ଥ୍ୟକର ପରିବେଶରେ ସସ୍ ପ୍ରସ୍ତୁତ ହେଉଥିଲା।
ଅନ୍ୟପଟେ କଟକ ମାଲଗୋଦାମର ଏକ ଗୋଦାମ ଉପରେ ସିଏମସି ସ୍ଵାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଓ ପୁଲିସ ମିଳିତ ଚଢ଼ାଉ କରି ଅପମିଶ୍ରିତ ସସ୍, ଆଚାର, ଚକଲେଟ ଓ ବିସ୍କୁଟ ପ୍ରଭୃତି ଜବତ କରିଛି। ଯାଞ୍ଚ ବେଳେ ବିସ୍କୁଟ ଓ ଚକୋଲେଟର ବୈଧତା ତାରିଖ ନଥିଲା। ଯାହା ଖାଇବା ଉପଯୋଗୀ ନୁହେଁ, ସେଭଳି ଖାଦ୍ୟ ସାମଗ୍ରୀ ଏହି ଗୋଦାମରେ ବିକ୍ରି ଉଦ୍ଦେଶ୍ୟରେ ମହଜୁଦ୍ ରଖାଯିବା ସହ ବିଭିନ୍ନ ବଜାରକୁ ଚାଲାଣ ହେଉଥିଲା। ସିଏମସି ଦ୍ୱାରା ଏଭଳି ପାଞ୍ଚୋଟି ଗୋଦାମକୁ ସିଲ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031