Indus Valley Times

ପଦ୍ମପୁରରେ ବିଜେଡିର ବିଜୟ ପଥରେ ରାଜନୈତିକ ଡିଲ୍: ଜୟନାରାୟଣ ମିଶ୍ର

 Breaking News

ପଦ୍ମପୁରରେ ବିଜେଡିର ବିଜୟ ପଥରେ ରାଜନୈତିକ ଡିଲ୍: ଜୟନାରାୟଣ ମିଶ୍ର

ପଦ୍ମପୁରରେ ବିଜେଡିର ବିଜୟ ପଥରେ ରାଜନୈତିକ ଡିଲ୍: ଜୟନାରାୟଣ ମିଶ୍ର
December 10
17:28 2022

ଭୁବନେଶ୍ୱର,୧୦/୧୨: ପଦ୍ମପୁରରେ ଜିତିବା ପାଇଁ ହୋଇଥିଲା ଡିଲ୍। ଭୁବନେଶ୍ୱରରେ ଏହି ଡିଲ୍ କରାଯାଇଥିଲା। ଆଉ ଡିଲ୍ କରିଥିଲା ବିଜେଡି। ସମ୍ପୂର୍ଣ୍ଣ ଭୋଟ ବିଜେଡିକୁ ଟ୍ରାନ୍ସଫର ପାଇଁ କଂଗ୍ରେସ ନେତୃତ୍ୱଙ୍କ ପ୍ରତିଶ୍ରୁତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ପାଇଁ ପଦ୍ମପୁର ଯାଇଥିଲେ। ଆଜି ଏପରି ବିସ୍ଫୋରକ ବୟାନ୍ ଦେଇଛନ୍ତି ବିଧାନସଭା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର।
ବିଜେଡିର ୧୨୫ ମିଶନକୁ ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ଗୋଟିଏ ରାଜନୈତିକ ଦଳ ହିସାବରେ ସେମାନେ ବିଶନ୍ ରଖିବା କଥା। ଆମେ ମଧ୍ୟ ମିଶନ ରଖିଛୁ। ୨୦୨୪ ମସିହା ସାଧାରଣ ନିର୍ବାଚନରେ ଆମେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରସ୍ତୁତ ହେଉଛୁ। ଜନତା ଆମକୁ ଯେତେ ଦେବେ। ମୁଁ ଭବିଷ୍ୟତ ବକ୍ତା ନୁହେଁ, କେତେ ମିଳିବ କହିବି? ତଥାପି ଏକ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବୁ ବୋଲି ଜୟନାରାୟଣ କହିଛନ୍ତି।
ପଶ୍ଚିମ ଓଡ଼ିଶାରେ ୩୬ରୁ ୩୦ ଆସନକୁ ଜିତିବାକୁ ବିଜେଡି ଟାର୍ଗେଟ ରଖିବାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଜୟନାରାୟଣ କହିଛନ୍ତି, କହିବା ପାଇଁ କାହାକୁ ମନା ଅଛି କି? ଆମେ ୧୪୭କୁ ୧୪୭ ଜିତିବୁ ବୋଲି କହିଲେ, କିଏ ମନା କରିବ କି? କହିବାକୁ କାହାକୁ ବାଧା ଲାଗୁନି କି ପଇସା ଦେବାକୁ ପଡ଼ୁ ନାହିଁ। ତେଣୁ ସେମାନେ କହିବେ। କିନ୍ତୁ ୨୦୨୪ ବେଳକୁ ସେମାନଙ୍କର କ’ଣ ପରିସ୍ଥିତି ହେବ, ତାହା ସେମାନେ ଦେଖିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ପଦ୍ମପୁରରେ ସେମାନେ ଜିତିଲେ। ଏଥିପାଇଁ ସେମାନଙ୍କୁ କ’ଣ କ’ଣ ଉପାୟ ଅବଲମ୍ୱନ କରିବାକୁ ପଡ଼ିଲା, ତାହା ସେମାନେ କ’ଣ ଜାଣିନାହାନ୍ତି। କ’ଣ ସେମାନେ କଲେ ଯେ ଭୋଟ ପାଇଗଲେ? ଯେଉଁଥିପାଇଁ ଅଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଲା। ଯିଏ ଅନ୍ଧକାର କୋଠରୀ ଭିତରେ ବନ୍ଦ ହୋଇଥାଆନ୍ତି, ତାଙ୍କୁ ବାହାରକୁ ବାହାରିବା ପାଇଁ ପଡ଼ିଲା। ଏକଥା କଣ ସେମାନେ ଜାଣିନାହାନ୍ତି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି।
ଜୟନାରାୟଣଙ୍କ ବୟାନ୍ ନେଇ ବିଜେଡି କିମ୍ୱା କଂଗ୍ରେସର ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30