Indus Valley Times

ନୟାଗଡ଼: ଆଶା କର୍ମୀ ଙ୍କ ଦାବି ପୁରଣ ପାଇଁ ଶୋଭା ଯାତ୍ରା।

 Breaking News

ନୟାଗଡ଼: ଆଶା କର୍ମୀ ଙ୍କ ଦାବି ପୁରଣ ପାଇଁ ଶୋଭା ଯାତ୍ରା।

December 16
10:29 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୧୨: ନୟାଗଡ ଆଜି ଆଶାକର୍ମୀ ମାନେ ଏକ ବିଶାଳ ଶୋଭା ଯାତ୍ରା ସିନ୍ଦୁରିଆ ଠାରୁ ବାହାରି ତାଙ୍କ ଦାବି ପୁରାଣ ପାଇଁ ନାରାବାଜି ଦେଇ ଜିଲ୍ଲା ପାଳ ଅଫିସ୍ ରେ ପହଞ୍ଚି ମୁଖ୍ୟ ମନ୍ତ୍ରୀ ଉଦ୍ୟସ ରେ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି ଓଡ଼ିଶା ଆଶା କର୍ମୀ ମାନେ ତାଙ୍କର ଦରମା ବୃଦ୍ଧି ମାସ କୁ ୧୦୦୦୦ ଟଙ୍କା ପ୍ରତକ ମାସ ର ୧୦ ତାରିଖ ସୁଦ୍ଧା ମାସିକ ବେତନ ଦେବା ସହ ଇନ୍ କିଲାବ ଜିନ୍ଦାବାଦ, ଓଡିଶା ଆଶାକର୍ମୀ ଆସୋଶିଏସନ ଜିନ୍ଦାବାଦ, ଜୀବିନ ଜିବିକାର ସୁରକ୍ଷା ପାଇଁ ତୟାର ଆଶାକର୍ମୀଙ୍କୁ ନିୟମିତ କର୍ମଚାରୀ ମାନ୍ୟତା, ଏହିପରି ଅନେକ ନାରା ବାଜି ଦେଇ ଆଶାକର୍ମୀ ମାନେ ଆନ୍ଦୋଳନ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ।
“ଓଡିଶା ଆଶାକର୍ମୀ ଆସୋସିଏସନ, ସି ଆଇ ଟିୟୁ” ର ନୟାଗଡ଼ ଜିଲ୍ଲା କମିଟି ତଥା ଜିଲ୍ଲାର ଆଶାକର୍ମୀଙ୍କ ତରଫରୁ ଆଶାକର୍ମୀ ମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦମକଳ ବାହିନୀ ଭଳି କାର୍ଯ୍ୟ କରି ବିଭିନ୍ନ ଯୋଜନାକୁ ତଳସ୍ତରରେ କାର୍ଯ୍ୟକାରୀ କରୁଛନ୍ତି ।
ଅପହଞ୍ଚ ସ୍ଥାନରେ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପହଞ୍ଚାଇଛନ୍ତି । କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ପକାଇ ମଧ୍ୟ କାର୍ଯ୍ୟ କରିଥିବାର ନଜିର ରହିଛି । ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୧୭ ବର୍ଷ ହେଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ଛାମୁଆ ଭାବେ କାର୍ଯ୍ୟକରୁଥିବା ଆଶାକର୍ମୀ ମାସିକ ସର୍ତ ଭିତିକ ସ୍ୱଳ୍ପ ପ୍ରୋତ୍ସାହନ ରାଶି ଓ ସାମୟିକ ସରକାରୀ ସୁବିଧା ପାଉଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ ଭଳି । ଏହି ସବୁ ଦାବି ରଖି ଆନ୍ଦୋଳନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031