Indus Valley Times

ଜଗା ଦର୍ଶନ କରି ଫେରୁଥିଲେ, ଅଧାରାସ୍ତାରେ ଗଛକୁ ପିଟିଲା ତୀର୍ଥଯାତ୍ରା

 Breaking News

ଜଗା ଦର୍ଶନ କରି ଫେରୁଥିଲେ, ଅଧାରାସ୍ତାରେ ଗଛକୁ ପିଟିଲା ତୀର୍ଥଯାତ୍ରା

December 31
11:48 2022

ବୌଦ୍ଧ,୩୧/୧୨: ପୁରୀରେ କାଳିଆର ଦର୍ଶନ କରି ନୃସିଂହନାଥଙ୍କୁ ଦର୍ଶନ କରିବାକୁ ବଲାଙ୍ଗିର ଯାଉଥିଲେ ତୀର୍ଥଯାତ୍ରୀ। ହେଲେ ଦୁର୍ଭାଗ୍ୟବଶଃତ ଅଧାବାଟରେ ତୀର୍ଥଯାତ୍ରୀ ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।
ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିଲେ। ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ହରେକୃଷ୍ଣପୁର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ଛତିଶଗଡ଼ର ରାୟପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ଛତିଶଗଡର ରାୟପୁର ଅଞ୍ଚଳରୁ ଆସିଥିବା ୪୦ରୁ ଅଧିକ ତୀର୍ଥଯାତ୍ରୀ ଗତକାଲି ପ୍ରଥମେ ପୁରୀରେ କାଳିଆକୁ ଦର୍ଶନ କରିଥିଲେ। ପରେ ସେମାନେ ବସ୍ ଯୋଗେ ବଲାଙ୍ଗିରର ନୃସିଂହନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ।
ହେଲେ ସେମାନଙ୍କ ଦର୍ଶନ ଅଧା ରହିଗଲା। ବୌଦ୍ଧର ହରେକୃଷ୍ଣପୁର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡ୍ରାଇଭର ସହ ତୀର୍ଥଯାତ୍ରୀ ବସ୍ରେ ୪୦ ଜଣ ଯାତ୍ରୀ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31