Indus Valley Times

ଗଜପତି : ଆଦିବାସୀ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଆଦିବାସୀ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ଆଦିବାସୀ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
January 08
19:24 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧: ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ଗ୍ରାମ ଠାରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରାଙ୍କ ସଭାପତିତ୍ବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ତାଙ୍କ ଅଭିଭାଷଣ\’ରେ ସରକାରଙ୍କର ବିଭିନ୍ନ ଯୋଜନା କିପରି ଆଦିବାସୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏବଂ ଯେଉଁଠାରେ ଏହା ଖିଲାପ ହେଉଛି ତାହାରି ଉପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରି ଥିଲେ ।
ଗୁମ୍ମା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଶ୍ରୀମତି ଅନିତା ରାଣୀ ପଟ୍ଟନାୟକ ଯୋଗଦେଇ ପ୍ରାପ୍ତବୟସ୍କ ଝିଅ ମାନଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଲାଗି ସ୍ବୟଂ ସହାୟକ ଗୋଷ୍ଠିର ମାଆ ମାନଙ୍କୁ ବୁଝାଇ ସଚେତନ କରିଥିଲେ ।
ଗୁମ୍ମା ବ୍ଲକ୍ ଶିକ୍ଷାଧିକାରୀ ଯୋଗଦେଇ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଉପରେ ଗୁରୁତ୍ବଦେବା ସହ ଉପସ୍ଥିତ ମହିଳା ମାନଙ୍କୁ ସଉରା ଭାଷାରେ ବୁଝାଇ ଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସମ୍ପାଦକ ଶ୍ରୀ ବେହେରା ସମସ୍ତଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେବାରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଭୂମିକା ଉପରେ ଆଲୋକପାତ କରିବା ସହ ବାଲ୍ୟବିବାହ ଉପରେ ଏହା କିଭଳି ଆଇନ ବିରୋଧୀ କାର୍ଯ୍ୟ ଓ ଦଣ୍ଡନୀୟ ଅପରାଧ ମୂଳକ କାର୍ଯ୍ୟ ତାହା ସମସ୍ତଙ୍କୁ ଅବଗତ କରାଇଥିଲେ।
ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ ଯୋଗଦେଇ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ , ଆଦିବାସୀ ଅଞ୍ଚଳରେ ସରକାରଙ୍କର ବିଭିନ୍ନ ସେବା କିପରି ପହଞ୍ଚିବ ସେଥିପ୍ରତି ଅଧିକ ଯତ୍ନ ହେବାଲାଗି ଅନୁରୋଧ କରିଥିଲେ ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଯୋଗଦେଇ ସାମାଜିକ ସୁରକ୍ଷାର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଯୋଗ ଦେଇ ଝିଅ ମାନଙ୍କୁ ଯୌନ ଶୋଷଣରୁ ରକ୍ଷା କରିବା ଲାଗି ଆଗୁଆ କି ପ୍ରକାର ପଦକ୍ଷେପ ନିଆଯିବ ତା ଉପରେ ଆଲୋଚନା କରିଥିଲେ ।
ଏହିସବୁ କାର୍ଯ୍ୟକ୍ରମ କୁ ତରଙ୍ଗଡ଼ା ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କର ୱାର୍ଡ ସଭ୍ୟମାନେ ପରିଚାଳନା ଓ ସହଯୋଗ କରିଥିଲେ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031