Indus Valley Times

ଜାତୀୟ ପତାକାରେ ଟେବୁଲ୍ ଓ ମୋବାଇଲ୍ ପୋଛି ପିଇଓ ଗିରଫ, ଚାକିରିରୁ ନିଲମ୍ବିତ

 Breaking News

ଜାତୀୟ ପତାକାରେ ଟେବୁଲ୍ ଓ ମୋବାଇଲ୍ ପୋଛି ପିଇଓ ଗିରଫ, ଚାକିରିରୁ ନିଲମ୍ବିତ

January 12
19:17 2023

କୋଣାର୍କ ,୧୨/୧: ଜାତୀୟ ପତାକାକୁ ଅସମ୍ମାନ କରି ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ପ୍ରଶାନ୍ତ କୁମାର ସ୍ୱାଇଁ।
ସେ ଜାତୀୟ ପତାକାରେ ଅଫିସ୍ର ଟେବୁଲ, ଚୌକି ସହିତ ମୋବାଇଲ ପୋଛି ଥିଲେ। ଏପରିକି ଅଫିସ୍ କାନ୍ଥରେ ଲାଗିଥିବା ଅଳନ୍ଧୁକୁ ସେ ଜାତୀୟ ପତାକାରେ ଝାଡ଼ି ଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ ସେ ଦେଶବାସୀଙ୍କୁ ଭୁଲ୍ ମାଗିଥିଲେ। ଅନ୍ୟମନସ୍କରେ ସେ ଏମିତି କରି ଦେଇଥିବା ଗଣମାଧ୍ୟମ ଆଗରେ କହିଥିଲେ। ଜୀବନରେ ଆଉ କେବେ ଏମିତି ଭୁଲ୍ କରିବେ ନାହିଁ ବୋଲି କହିଥିଲେ।
ଅନ୍ୟପକ୍ଷରେ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଏଭଳି ଘୃଣ୍ୟ କାର‌୍ୟ୍ୟ ବିରୋଧରେ ସିମିଳି ପଞ୍ଚାୟତ ସମିତି ସଭ୍ୟ ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ଗିରଫ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31