Indus Valley Times

ମୃତ୍ୟୁ ସହ ଲଢ଼େଇରେ ହାରିଗଲେ ମନ୍ତ୍ରୀ ନବ ଦାସ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

 Breaking News

ମୃତ୍ୟୁ ସହ ଲଢ଼େଇରେ ହାରିଗଲେ ମନ୍ତ୍ରୀ ନବ ଦାସ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ମୃତ୍ୟୁ ସହ ଲଢ଼େଇରେ ହାରିଗଲେ ମନ୍ତ୍ରୀ ନବ ଦାସ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
January 29
20:18 2023

ଭୁବନେଶ୍ୱର,୨୯/୧: ଆସିଛି ବଡ଼ ଦୁଃଖଦ ଖବର। ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜଣେ ପୁଲିସ୍ ଏଏସ୍ଆଇଙ୍କ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନବ ଦାସ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଶେଷ ନଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ନବ ଦାସଙ୍କ ବାମ ଛାତିରେ ଗୁଳି ବାଜିଥିଲା। ଗୁଳି ମାଡ଼ରେ ତାଙ୍କ ହୃତପିଣ୍ଡ ଓ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆପୋଲୋ ହସ୍ପିଟାଲ୍ରେ ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଶରୀରର କ୍ଷତିଗ୍ରସ୍ତ ଅଙ୍ଗଗୁଡ଼ିକୁ ଅସ୍ତ୍ରୋପଚାର ଦ୍ୱାରା ଠିକ୍ କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ନବ ଦାସ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ତାଙ୍କ ଛାତିର ବାମ ପାର୍ଶ୍ୱରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଶ୍ରୀ ଦାସ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର‌୍ୟ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।
ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ଏଏସ୍ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲେ। ସେ ମନ୍ତ୍ରୀଙ୍କ ଉପରକୁ କାହିଁକି ଗୁଳି ଚଳାଇଲେ ତାହା ଜଣାପଡ଼ିନି। ଘଟଣା ପରଠାରୁ ପୁଲିସ୍ ତାଙ୍କୁ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ବ୍ୟକ୍ତିଗତ ଆକ୍ରୋଶରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗୁଳି ମାରିଥିବା ପୁଲିସ୍ କର୍ମଚାରୀ ବାଇପୋଲାର ଡିଜ୍ଅର୍ଡର ଭଳି ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି।
ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ସେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହିତ ନିଜେ ଆପୋଲୋ ହସ୍ପିଟାଲ୍ରେ ପହଞ୍ଚି ନବ ଦାସଙ୍କୁ ଦେଖି ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ମଧ୍ୟ ହସ୍ପିଟାଲ୍ରେ ପହଞ୍ଚି ନବ ଦାସଙ୍କୁ ଦେଖିଥିଲେ। ଏହାଛଡ଼ା ଡାକ୍ତରଖାନା ବାହାରେ ବିଜେଡିର ବହୁ ନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031