Indus Valley Times

ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା

 Breaking News

ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା

ଆଜିଠୁ ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା
February 15
11:21 2023

ଭୁବନେଶ୍ୱର,୧୫/୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୫ରେ ସରିବ। ଉଭୟ ଶ୍ରେଣୀର ପରୀକ୍ଷା ସକାଳ ସାଢ଼େ ୧୦ଟାରେ ଆରମ୍ଭ ହେବ।
ତେବେ କିଛି ବିଷୟର ପରୀକ୍ଷା ଅପରାହ୍ନ ସାଢ଼େ ୧୨ଟାରେ ଓ ଆଉ କିଛି ପରୀକ୍ଷା ଅପରାହ୍ନ ସାଢ଼େ ୧ଟା ପର‌୍ୟ୍ୟନ୍ତ ଚାଲିବ। ସକାଳ ୯ଟାରୁ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷା ଆରମ୍ଭ ହେବାର ୪୫ ମିନିଟ୍ ପୂର୍ବରୁ ଅର୍ଥାତ୍ ୯ଟା ୪୫ରେ ସମସ୍ତ ପରୀକ୍ଷା ହଲ୍ ଖୋଲିବ। ଛାତ୍ରୀଛାତ୍ରଙ୍କୁ ୧୦ଟା ପୂର୍ବରୁ ନିଜ ନିଜ ସିଟ୍ରେ ବସିବାକୁ ପଡ଼ିବ। ୧୦ଟା ପରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031