Indus Valley Times

ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା

 Breaking News

ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା

ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା
February 19
14:37 2023

ଭୁବନେଶ୍ୱର,୧୯/୨: ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଲେ ସୋମାଲିକା ଦାଶ। ସୋମାଲିକା ହେଉଛନ୍ତି ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ।
ସେ ବିରୋଧୀଦଳ ନେତାଙ୍କୁ ଭେଟି ବିଜୟଶଙ୍କର ଦେଇଥିବା ନିର୍ଯ୍ୟାତନା ନେଇ ଅବଗତ କରାଇଛନ୍ତି। ପୁଲିସ୍ ପ୍ରଶାସନଠାରୁ ନିରାଶ ହୋଇ ସେ ଆଜି ବିରୋଧ ଦଳ ନେତାଙ୍କୁ ଭେଟିଛନ୍ତି ବୋଲି ଜଣାପଡ଼ିଛି।
ବିରୋଧୀଦଳ ନେତାଙ୍କୁ ଭେଟିବା ପରେ ସୋମାଲିକା କହିଛନ୍ତି, ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି। ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଜେଡି ସଦସ୍ୟ ଥିବାରୁ ବିଜୟଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୁଲିସ ଓ କୋର୍ଟରେ ଚକର କାଟୁଛି ବୋଲି ସୋମାଲିକା କହିଛନ୍ତି।
ସେ ଆହୁରି କହିଛନ୍ତି, ବିଜୟ ଶଙ୍କରଙ୍କ ବିରୋଧରେ କରିଥିବା ଅଭିଯୋଗ ନେଇ ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହେବାକୁ ୧୯ ଦିନ ପୂରିଲାଣି। ହେଲେ ଆଜି ପର‌୍ୟ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କଲେ ସୋମାଲିକା। ନ୍ୟାୟ ପାଇଁ ବିରୋଧୀଦଳ ନେତାଙ୍କୁ ଭେଟି ଅନୁରୋଧ କରିଛି।
ସୋମାଲିକା କହିଛନ୍ତି, ମୋର ୧୬୧, ୧୬୪ରେ ବୟାନ୍ ରେକର୍ଡ କରାଯାଇଛି। ମୋ’ ପାଖରେ ଯାହା ପ୍ରମାଣ ଥିଲା, ସବୁ ଦେଇଦେଇଛି। କିନ୍ତୁ ଯିଏ ଦୋଷୀ, ସିଏ ଖୋଲମ୍ଖୋଲା ବୁଲୁଛନ୍ତି। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କାରଣ ସେମାନଙ୍କ ହାତ ବନ୍ଧା ହୋଇଛି। ପୁଲିସ୍ ପାଖକୁ ଯାହା ଅର୍ଡର ଆସୁଛି, ସେହି ହିସାବରେ ସେମାନେ କାମ କରୁଛନ୍ତି ବୋଲି ସୋମାଲିକା କହିଛନ୍ତି।
ସୂଚନାରୁ ପ୍ରକାଶ, ବିଜୟଶଙ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା। ହେଲେ ପୁଲିସ୍ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା କରିବାକୁ କୋର୍ଟ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ସୋମାଲିକାଙ୍କୁ ଦୁଇ ଥର ଥାନାକୁ ଡାକି ଘନଘନ ଜେରା କରିଥିଲା। ଏପରିକି ତାଙ୍କ ଡାକ୍ତରୀ ମାଇନା ମଧ୍ୟ କରିଥିଲା। ସୋମାଲିକାଙ୍କଠାରେ ଥିବା ସବୁ ପ୍ରମାଣ ନେଇଥିଲା। ଏହା ସତ୍ତ୍ୱେ ପୁଲିସ୍ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯେଉଁଥିପାଇଁ ସୋମାଲିକା ଆଜି ବିରୋଧୀଦଳ ନେତାଙ୍କୁ ଭେଟିଛନ୍ତି।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031