Indus Valley Times

ରାସ୍ତା ବନିଛେ ବିପଦିଆ,ନେତା ବଳୁଛନ ବଲାଙ୍ଗୀର ଆଗକେ ବଢୁଛେ

 Breaking News

ରାସ୍ତା ବନିଛେ ବିପଦିଆ,ନେତା ବଳୁଛନ ବଲାଙ୍ଗୀର ଆଗକେ ବଢୁଛେ

ରାସ୍ତା ବନିଛେ ବିପଦିଆ,ନେତା ବଳୁଛନ ବଲାଙ୍ଗୀର ଆଗକେ ବଢୁଛେ
August 12
10:13 2022

Bolangir: Circuit House-Anand Niketan road turns a death trap

By Mahendra Darjee

ବଲାଙ୍ଗୀର, Aug. 12: ବଲାଙ୍ଗୀର ସର୍କିଟ ହାଉସ ଠାରୁ ଆନନ୍ଦ ନିକେତନ ମାର୍ଗ ଦେଇ ବିଶ୍ୱତ୍ମା ବିଦ୍ୟା ମନ୍ଦିର ସ୍କୁଲ ପର୍ଯ୍ୟନ୍ତ ପିଡବ୍ଲୁଡି ରାସ୍ତା ସାଜିଛି ମରଣଯନ୍ତା ।ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ବସ୍ ଏବଂ ସ୍କୁଲ ର ଅନେକ କୁନି କୁନି ଛାତ୍ର ଛାତ୍ରୀ ସାଇକେଲ ତଥା ପାଦରେଚାଲି ଚାଲି ଜା ଆସ କରୁଛନ୍ତି । ନୂତନ ବଲାଙ୍ଗୀର ନିର୍ମାଣ ହେତୁ ଠିକାଦାର ମାନଙ୍କ ଜେସିବି,ଏବଂ ବଡ ବଡ ଗାଡ଼ି ଏହି ରାସ୍ତା ଦେଇ ପ୍ରତିଦିନ ଯାଉଛି । ଅନେକ ଅଫିସର,ଯନ୍ତ୍ରୀ ଏହି ରାସ୍ତା ଦେଇ ଯାଉଛନ୍ତି ।କାମାକ୍ଷା ନଗର,କବାଟ ପଡ଼ା,ନୂଆ ବଲାଙ୍ଗୀର ଦେଇ ବିଯାଖମନ୍ ପର୍ଯ୍ୟନ୍ତ ପ୍ରତିଦିନ ଶହ ଶହ ଲୋକ ଯାଉଛନ୍ତି । ଅନେକ ଭିଆଇପି ଗାଡ଼ି ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଛି । ରାସ୍ତା ମଝିରେ ବଡ଼ ବଡ ଢୁଡା ଅଛି ।ଖାଲ ଢିପ ଅଛି ।ଗାଡ଼ିରେ ଲଛମନ ଝୁଲା ଭଳି ଦୋଳି ଖେଳି ଖେଳି ଯିବାକୁ ପଡୁଛି। ରାସ୍ତା ବିପଦିଆ ଅଛି । ଆନନ୍ଦ ନିକେତନ ମାର୍ଗ ରାସ୍ତାରେ ଷ୍ଟ୍ରିଟ ଲାଇଟ୍ ମଧ୍ୟ ନାହିଁ । ଜିଲ୍ଲା ପ୍ରଶାସନ ମାନବିକତା ଦୃଷ୍ଟିରୁ ଏହି ରାସ୍ତା କାମକୁ ତ୍ବରାନ୍ବିତ କଲେ ପ୍ରତିଦିନ ସ୍କୁଲ କୁ ଯାଉଥିବା କୁନି କୁନି ଛାତ୍ର ଛାତ୍ରୀ ମାନେ ସୁରକ୍ଷାରେ ଯାଇପାରନ୍ତେ ।
ବିପଦିଆ ରାସ୍ତା ନେତାଙ୍କ ନଜରରେ ଥିଲେ ମଧ୍ୟ ଅଣଦେଖା କରୁଛନ୍ତି। ଏହି ରାସ୍ତା ନିର୍ମାଣ ପାଇଁ ସରକାରୀ କଳର ଉଦାସୀନତା ଦେଖାଦେଇଛି । ତଥାପି ନେତା କହୁଛନ ବଲାଙ୍ଗୀର ଆଗକେ ବଢ଼ୁଛେ । ସାଧୁ ସାବଧାନ ଆଗକେ ୨୦୨୪ ନିର୍ବାଚନ ଆସୁଛେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031