Indus Valley Times

ଢିଙ୍କିଆ ରେ ହେବନି ଭୋଟ ଗ୍ରହଣ କେନ୍ଦ୍ର , ଭୋଟ ଦେବାକୁ ଲୋକେ ଅମଙ୍ଗ !

 Breaking News

ଢିଙ୍କିଆ ରେ ହେବନି ଭୋଟ ଗ୍ରହଣ କେନ୍ଦ୍ର , ଭୋଟ ଦେବାକୁ ଲୋକେ ଅମଙ୍ଗ !

ଢିଙ୍କିଆ ରେ ହେବନି ଭୋଟ ଗ୍ରହଣ କେନ୍ଦ୍ର , ଭୋଟ ଦେବାକୁ ଲୋକେ ଅମଙ୍ଗ !
February 14
19:59 2022
Collector Ms. Parul Patawari, SP Akhileswar Singh take stock of situation in Dhinkia ahead of polls
ଜିଲ୍ଲାପାଳ ପାରୁଲ ପଟୱାରି ଓ ଏସ୍ପି ଅଖିଳେଶ ସିଂ ଯାଦବଙ୍କ ଗ୍ରାମ ପରିକ୍ରମା
ଢିଙ୍କିଆ ବାସୀ ଙ୍କ ଅଧିକାର ଛଡ଼ାଇ ନ ନିଆଯାଉ:ପିନାକୀ

ପ୍ରଭାକର ସାହୁଙ୍କ ରିପୋର୍ଟ
ଜଗତସିଂହପୁର, ୧୪/ ୨: ଢିଙ୍କିଆରେ ଭୋଟ ଦେବାକୁ ଲୋକେ ଅମଙ୍ଗ | ଏଣୁ ଏଠାରେ ହେବନି ଭୋଟ ଗ୍ରହଣ କେନ୍ଦ୍ର | ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି | ଆଉ ଏପଟେ ଢିଙ୍କିଆ ରେ ଗତ କାଲି ଗାଁ ପରିକ୍ରମା କରିଥିଲେ ଜଗତସିଂହପୁର ଜିଲ୍ଲାପାଳ ଓ ଏସପି | କହିଲେ ପରିସ୍ଥିତି ସ୍ଵାଭାବିକ |
ଢିଙ୍କିଆ ରେ ପୋଲିସ ଆନ୍ଦୋଳନ କାରୀ ଙ୍କ ଉପରେ ଗତ ଜାନୁଆରୀ 14 ତାରିଖ ଦିନ ଲାଠି ପ୍ରହାର ପରେ ଅନେକ୍ ଲୋକ ଭୟରେ ଗାଁ ଛାଡି ସାରିଲେଣି ଓ ଅନେକ୍ ଲୋକ ପୋଲିସ ଗିରଫ ଦାରି ଭୟରେ ଏବେ ବି ଗାଁ ବାହାରେ ଲୁଚି ରହିଛନ୍ତି | ଅନେକ ଲୋକଙ୍କ ପାନ ବରଜ ଭଙ୍ଗା ଯାଇସାରିଥିଲା ବେଳେ ଆଜି ଗ୍ରାମ ରେ ଜିଲ୍ଲାପାଳ ପାରୁଲ ପଟୱାରି ଓ ଏସ୍ପି ଅଖିଳେଶ ସିଂ ଯାଦବ ବ୍ୟାପକ ପୋଲିସ ଧରି ଗ୍ରାମ କୁ ପରିକ୍ରମା କରିଥିଲେ | ଗ୍ରାମ ରେ ଶାନ୍ତି ଶୃଙ୍ଖଳା ଅଛି ବୋଲି ନିଜେ ଏସ୍ପି ଓ ଜିଲ୍ଲାପାଳ ପ୍ରକାଶ କରିଛନ୍ତି |
ଢିଙ୍କିଆ ର 6 ଟି ବୁଥ୍ 10, 11, 12, 13, 14, 15କୁ ମାହାଳ, ପାଟଣା ଓ ତ୍ରିଲୋଚନପୁର୍ କୁ ସ୍ଥାନାନ୍ତରିତ କରିବା ପାଇଁ ଯୋଜନା କରୁଛି ପ୍ରଶାସନ | ଲୋକ ମାନେ ଭୟ ଭିତରେ ଥିବା ବେଳେ ଢିଙ୍କିଆ ଲୋକ ବାହାର ଜାଗାକୁ ଯାଇ ଭୋଟ ଦେବା ନେଇ ଏକ ଅନିଶ୍ଚିତତା ମଧ୍ୟରେ ଥିବା ବେଳେ ଢିଙ୍କିଆ ଲୋକ ଙ୍କ ଅଧିକାର ଛଡ଼ାଇ ନ ନିଆଯାଉ ଓ ଭୋଟ ବୁଥ୍ ଢିଙ୍କିଆ ରେ କରାଯାଉ ବୋଲି ନିର୍ବାଚନ ଅଧିକାରୀ ଙ୍କ ପାଖରେ ଅଭିଯୋଗ କରିଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ ପିନାକୀ
ଦାସ |
ଗୋଟିଏ ପଟେ ପ୍ରଶାସନ ଢିଙ୍କିଆ ରେ ସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହୁଥିବା ବେଳେ ଏବେ ବି ଅନେକ୍ ଲୋକ ଭୟରେ ଗାଁ ଛାଡି ବାହାରେ ରହୁଛନ୍ତି | ଢିଙ୍କିଆ ରେ ବୁଥ୍ କରାଯାଉ , କାହିଁକି ଢିଙ୍କିଆ ବାହାରେ ଢିଙ୍କିଆ ବୁଥ୍ କରାଯିବ ବୋଲି ଅନେକ ଲୋକ ପୋଲିସ ଭୟରେ ନିଜ ନାମ ଗୋପନ ରଖି କ୍ୟାମେରା ସାମ୍ନା ରେ ପ୍ରକାଶ କରିଛନ୍ତି | ପୋଲିସ ର ଲାଠି ମାଡ଼ ଆଉ ଗିରଫ ଦାରି ଭୟରେ ନୀରିହ ଲୋକ ମାନେ ପ୍ରଶାସନ କୁ ସାମ୍ନା କରିବାକୁ ଡରୁଥିବା ବେଳେ ଭୋଟ ଦିନ କିଭଳି ଏଠାରେ ଭୋଟ ଲୋକ ଦେବେ ସେନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |
ପୋଲିସ ମାଡ ଖାଇ ଲହୁଲୁହାଣ ହୋଇଥିବା ଢିଙ୍କିଆବାସୀ କିଭଳି ନିର୍ଭୟରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ସେନେଇ ଏବେଠାରୁ ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ |
ପୋଲିସ ଡରରେ ଥିବା ଢିଙ୍କିଆବାସୀ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ନିଜ ମତଦାନ ଅଧିକାର କିଭଲି ସାବ୍ୟସ୍ତ କରିବେ ଓ ଭୋଟ ହାର ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ କେତେ ଅଧିକ କିମ୍ବା କମ ହେଉଛି ତାହା ତ ନିଶ୍ଚିତ ଭୋଟ ପରେ ଜଣାପଡିବ | କିନ୍ତୁ ସବୁଠାରୁ ବଡ କଥା ହେଉଛି ଯଦି ଢିଙ୍କିଆ ରେ ପରିସ୍ଥିତି ସ୍ୱାଭାବିକ ଅଛି ବୋଲି ନିଜେ ଜିଲ୍ଲାପାଳ ଓ ଏସପି ପ୍ରକାଶ କରିଛନ୍ତି ତେବେ ଭୋଟ ଗ୍ରହଣ କେନ୍ଦ୍ର କଣ ପାଇଁ ବାହାରକୁ ଯିବ ବୋଲି ଅନେକ ପ୍ରଶ୍ନ କରିଛନ୍ତି | ପୋଲିସ ମାଡ ଭୋଟ ବାକ୍ସରେ କାଳେ ଦେଖାଯିବ, ସେନେଇ ପ୍ରଶାସନ ଡରୁନାହିଁ ତ ବୋଲି ମଧ୍ଯ ଆଲୋଚନା ହେଉଛି | ଢିଙ୍କିଆ ରେ ଭୋଟ ହାର କମିଲେ କିମ୍ବା ଢିଙ୍କିଆ ଭୋଟ ସରକାରଙ୍କ ବିରୋଧରେ ଗଲେ କିଏ ଉତ୍ତରଦାୟୀ ହେବ ବୋଲି ଚର୍ଚ୍ଚା ଲାଗି ରହିଛି |

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031