Indus Valley Times

Disney+Hotstar ର ମାସିକିଆ ପ୍ଲାନ୍: ୫୦ରୁ କମ୍ ଟଙ୍କାରେ ୟୁଜର୍ସ ଦେଖିପାରିବେ ଫିଲ୍ମ, ୱେବ୍ ସିରିଜ୍

 Breaking News

Disney+Hotstar ର ମାସିକିଆ ପ୍ଲାନ୍: ୫୦ରୁ କମ୍ ଟଙ୍କାରେ ୟୁଜର୍ସ ଦେଖିପାରିବେ ଫିଲ୍ମ, ୱେବ୍ ସିରିଜ୍

December 21
11:41 2021

ନୂଆଦିଲ୍ଲୀ ୨୧/୧୨ : ଓଟିଟି ପ୍ଲାଟଫର୍ମ ମଧ୍ୟରେ ଆଜିକାଲି ଖୁବ ପ୍ରତିଯୋଗିତା ଚାଲିଛି। କିଛି ଦିନ ପୂର୍ବରୁ ଆମାଜନ ପ୍ରାଇମ ଭିଡିଓ ନିଜ ପ୍ଲାନ ମହଙ୍ଗା କରିଛି। ଏହାର ଆର ଦିନ ନେଟଫ୍ଲିକ୍ସ ନିଜ ପ୍ଲାନ ଶସ୍ତା କରିବାକୁ ଘୋଷଣା କରିଥିଲା। ଏହି ଧାରାରେ ବର୍ତ୍ତମାନ ଡିଜ୍ନି ହଟଷ୍ଟାର ୪୯ ଟଙ୍କାର ମାସିକିଆ ପ୍ଲାନ ଘୋଷଣା କରିଛି। କମ୍ପାନୀର ଏହି ପ୍ଲାନ ଅସଲରେ ୯୯ ଟଙ୍କିଆ ପୁରୁଣା ପ୍ଲାନ ଯାହାକୁ ଅଫର ଅନୁସାରେ ୪୯ ଟଙ୍କାରେ ସବ୍ସକ୍ରାଇବ କରିପାରିବେ।
ରିପୋର୍ଟ ଅନୁସାରେ ଡିଜ୍ନି+ ହଟଷ୍ଟାର ଏବେ ଏହି ପ୍ଲାନକୁ ଆଣ୍ଡ୍ରଏଡ଼ ୟୁଜର୍ସଙ୍କ ସହ ଟେଷ୍ଟ କରୁଛି। କମ୍ପାନୀର ଏହି ଲେଟେଷ୍ଟ ମୋବାଇଲ ପ୍ଲାନ କିଛି ବଛା ବଛା ପେମେଣ୍ଟ ମୋଡ଼ରେ ଇଣ୍ଟ୍ରେଡକ୍ଟରୀ ଅଫର ସହ ଉପଲବ୍ଧ। ହଟଷ୍ଟାରର ଏହି ପ୍ଲାନ ଏଡ଼-ସପୋର୍ଟେଡଯ। ଏହି ପ୍ଲାନକୁ ସବ୍ସକ୍ରାଇବର ନିଜ ଟାବଲେଟ କିମ୍ବା ସ୍ମାର୍ଟଫୋନ ଜରିଆରେ ପ୍ଲାଟଫର୍ମରେ ଥିବା କଣ୍ଟେଣ୍ଟ ଆକ୍ସେସ କରିପାରିବେ। ଏହି ପ୍ଲାନରେ ଥରକେ ଗୋଟିଏ ଡିଭାଇସରେ ଆକାଉଣ୍ଟ ଲଗଇନ ଅଫର କରୁଛି। ହଟଷ୍ଟାରର ଅନ୍ୟାନ୍ୟ ପ୍ଲାନ ୪୯୯, ୮୯୯ ଓ ୧୪୯୯ ଟଙ୍କାରେ ଉପଲବ୍ଧ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031